ବିହାରରେ ଜେଡିୟୁର ୨ ନେତା ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ। ଏହା ସହିତ ସେ ପାଲଟି ଯାଇଛନ୍ତି ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ।ପାଟନାରେ ଲୋକଭବନରେ ରାଜ୍ୟପାଳ ସୈୟଦ ଅତା ହସନୈନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁର ଦୁଇ ନେତା ବିଜୟ ଚୌଧୁରୀ ଓ ବିଜେନ୍ଦ୍ର ଯାଦବ।
କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଉପସ୍ଥିତିରେ ମଙ୍ଗଳବାର ସମ୍ରାଟ ଚୌଧୁରୀଙ୍କୁ ବିଜେପିର ବିଧାୟକ ଦଳର ନେତା ବଛା ଯାଇଥିଲା। ତା’ପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ।ନୀତୀଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିବା ନୀତୀଶ ଶାସନର ଅନ୍ତ ଘଟିଥିଲା ଓ ଆଜି ଠାରୁ ସମ୍ରାଟ ଯୁଗ ଆରମ୍ଭ ହୋଇଛି।୫୭ ବର୍ଷୀୟ ସମ୍ରାଟ ଚୌଧୁରୀ ନୀତୀଶଙ୍କର ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟକରୁଥିଲେ। କୋଇରିରୁ ଆସୁଥିବା ସମ୍ରାଟ ହେଉଛନ୍ତି ବିହାର ଓବିସର ବଡ଼ ନେତା। ଯାଦବଙ୍କ ପରେ ସମ୍ରାଟ ଆସୁଥିବା କୁଶୱାହ ଜାତିର ଜନସଂଖ୍ୟା ସର୍ବାଧିକ ।

  • Related Posts

    AK-203 ଇନସାସ ଯୁଗ ଗଲା, ଆସିଲା AK-203 ରାଇଫଲ

    ଭାରତର ପ୍ରଥମ ଶହେ ପ୍ରତିଶତ ସ୍ବଦେଶୀ ରାଇଫଲ ‘ଶେର’। ଇନସାସ ଯୁଗ ଗଲା, ଆସିଲା AK-203 ରାଇଫଲ। ଆମେଥିର କୋରୱା ଫ୍ୟାକ୍ଟ୍ରିରେ ଏହି ବନ୍ଧୁକର ସଫଳ ପରୀକ୍ଷଣ ହୋଇଛି।  ‘ଶେର’ ହେଉଛି ଏକ ଆସଲ୍ଟ ରାଇଫଲ୍। ଭାରତୀୟ ସେନାର ପୁରୁଣା INSAS…

    Continue reading
    tariff on canada କାନାଡ଼ା ଉପରେ ୫୦% ଶୁଳ୍କ ଲଗାଇଲା ଆମେରିକା

    ୱାଶିଂଟନ: ଦୀର୍ଘଦିନର ଆଲୋଚନା ବିଫଳ ହେବା ପରେ ଶନିବାରଠାରୁ କାନାଡ଼ା ସାମଗ୍ରୀ ଉପରେ ଆମେରିକା ୫୦% ସୀମା ଶୁଳ୍କ (ଟାରିଫ୍) ଲାଗୁ କରିଛି। ଏହାଦ୍ବାରା ଆମେରିକାକୁ କାନାଡ଼ାରୁ ହେଉଥିବା ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ପ୍ରଭାବିତ ହେବ। ଆମେରିକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ