ବିହାରରେ ୬୫ ଲକ୍ଷ ଭୋଟର ବାଦ୍‌ ପ୍ରସଙ୍ଗରେ ନିର୍ବାଚନ କମିସନ୍‌ଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବିହାରରେ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ନିର୍ବାଚନ କମିସନ୍‌ (ଇସି)ଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଚିଠା ଭୋଟର ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍‌ ପଡ଼ିବା ପ୍ରସଙ୍ଗରେ କୋର୍ଟ ଇସିଙ୍କୁ ପ୍ରଶ୍ନ କରିଛନ୍ତି। କେଉଁ କାରଣ ପାଇଁ ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍‌ ପଡ଼ିଲେ ସେନେଇ ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ ଇସିଙ୍କୁ କହିଛନ୍ତି। ତାଲିକାରୁ ଯେଉଁମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କ ନାମ ପ୍ରକାଶ କରିବାପାଇଁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଆଜି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଉଜ୍ଜ୍ବଳ ଭୂୟାଁ ଏବଂ ଏନ୍‌‌ କୋଟିଶ୍ବର ସିଂହଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଖଣ୍ଡପୀଠ ନିର୍ବାଚନ କମିସନ୍‌ଙ୍କୁ ଅଗଷ୍ଟ ୯ ତାରିଖ ସୁଦ୍ଧା ତାଲିକାରୁ ବାଦ୍‌ ପଡ଼ିଥିବା ଭୋଟରଙ୍କ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିବା ପାଇଁ କହିଛନ୍ତି। ପୂର୍ବରୁ ଇସି ଏହି ସୂଚନା ସମସ୍ତ ରାଜନୈତିକ ଦଳ ଏବଂ ଏହାର ଏକ କିପ ଏଡିଆର୍‌କୁ ପ୍ରଦାନ କରିଥିବା‌ କହିଥିଲେ। ତେବେ ପୂର୍ବରୁ ଇସିଙ୍କ ଏସ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରିଥିବା ଏନ୍‌ଜିଓ ଏଡିଆର୍‌ ଏବେ ପୁଣିଥରେ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କ ନାଁ ପ୍ରକାଶ କରିବାପାଇଁ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ତେବେ ଖଣ୍ଡପୀଠ ଏଡିଆର୍‌ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତି ଯେ ଏହା କେବଳ ଏକ ଚିଠା ତାଲିକା। କେଉଁ କାରଣ ପାଇଁ ୬୫ ଲକ୍ଷ ଭୋଟରଙ୍କୁ ବାଦ୍‌ ଦିଆଯାଇଛି ତା’ର କାରଣ ପ୍ରଦାନ କରାଯିବ। ଅନ୍ୟପକ୍ଷେ ଭୂଷଣ ଆଜି କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ରା‌ଜନୈତିକ ଦଳ ଗୁଡ଼ିକୁ କେବଳ ବାଦ୍‌ ଦିଆଯାଇଥିବା ଭୋଟରମାନଙ୍କର ଏକ ତାଲିକା ଦିଆଯାଇଛି। କିନ୍ତୁ ଉକ୍ତ ଭୋଟର ମୃତ କି ପ୍ରବାସୀ ତାହା ପ୍ରକାଶ କରାଯାଇନି। ଅଗଷ୍ଟ ୧୨ ତାରିଖରେ କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବେ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ