ନୂଆଦିଲ୍ଲୀ,02/09: ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ନିକଟରେ ବିହାରରେ କରାଯାଇଥିବା ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ପ୍ରସଙ୍ଗରେ ଭୋଟର ତାଲିକାରୁ ୬୫ ଲକ୍ଷ ଲୋକଙ୍କ ନାମ ବାଦ ପଡିଥିବାବେଳେ ଏହାକୁ ନେଇ କଂଗ୍ରେସ, ଆରଜେଡି ଭଳି ବିରୋଧୀ ଦଳଗୁଡିକ ବ୍ୟାପକ ସମାଲୋଚନା କରୁଛନ୍ତି। ଅବଶ୍ୟ ତାଲିକାରୁ ବାଦ ପଡିଥିବା ଭୋଟରମାନେ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ମଧ୍ୟରେ ଆବେଦନ କରିପାରିବେ ବୋଲି ଇସି ସମୟସୀମା ଧାର୍ଯ୍ୟ କରିଥିଲେ। ଏହି ସମୟସୀମା ବୃଦ୍ଧି କରିବାକୁ ବିରୋଧୀ ଦଳ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ। ଖଣ୍ଡପୀଠ ଏହି ଆବେଦନକୁ ଅଗ୍ରାହ୍ୟ କରିଥିଲେ ସୁଦ୍ଧା ସେପ୍ଟେମ୍ବର ୧ ପରେ ଅଭିଯୋଗ ଗ୍ରହଣ କରିବାକୁ ଇସିଙ୍କୁ ନିର୍ଦେଶ ଦେଇଛନ୍ତି। ଆଗତ ଅଭିଯୋଗର ସମୟସୀମା ବୃଦ୍ଧି କରିବା ନେଇ ଆଗତ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସମୟସୀମା ବୃଦ୍ଧି କରାଗଲେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ପ୍ରକ୍ରିୟାରେ ବିଳମ୍ବ ଘଟିବ ବୋଲି ଇସି ଯୁକ୍ତି ଦର୍ଶାଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି ଯେ ଇସି ଓ ରାଜନୈତିକ ଦଳ ମଧ୍ୟରେ ଥିବା ବିଶ୍ବାସ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ପିଟିସନକାରୀଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ ଖଣ୍ଡପୀଠଙ୍କୁ ଜଣାଇଛନ୍ତି ଯେ ଏସଆଇଆରକୁ ନେଇ ବିହାରବାସୀଙ୍କର କୌଣସି ଆପତ୍ତି ନଥିବାବେଳେ କେତେକ ରାଜନୈତିକ ଦଳ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ପୁନଶ୍ଚ ଇସିଙ୍କ ନିକଟରେ ପହଞ୍ଚିଥିବା ଅଧିକାଂଶ ଅଭିଯୋଗରେ ଲୋକେ ଭୋଟର ତାଲିକାରୁ ନାମ ହଟାଇବାକୁ ଆବେଦନ କରିଥିବା ସେ କହିଛନ୍ତି।
ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ
ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…




