ବିହାର ନିର୍ବାଚନ: ‘ଜନ ସୁରାଜ’ ଶକ୍ତିଶାଳୀ ତୃତୀୟ ଶକ୍ତି ନା ଭୋଟ୍ କଟର୍‌

ପାଟନା,09।10: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନବାଗତ ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଏକ ବିଶ୍ୱସନୀୟ ତୃତୀୟ ସାମ୍ମୁଖ୍ୟ ଭାବରେ ଉଭା ହୋଇଛି। ‘ବିହାରୀ ଡକାୟତ’ଠାରୁ ଆରମ୍ଭକରି ‘ଜୋକର’ ଓ ‘ବହୁରୂପୀ’ରୁ ‘ବିଶ୍ବାସଘାତକ’ ପର୍ଯ୍ୟନ୍ତ ପ୍ରଶାନ୍ତ କିଶୋରଙ୍କୁ ସବୁକିଛି କୁହାଯାଉଛି। କିନ୍ତୁ ବିଭିନ୍ନ ଦଳର ବିରୋଧୀ ଓ ପ୍ରତିଦ୍ୱନ୍ଦ୍ୱୀମାନେ ଗୋଟିଏ ବିଷୟରେ ଏକମତ। ପିକେ ଜଣେ ବିଘଟନକାରୀ କିମ୍ବା ଅନ୍ତତଃପକ୍ଷେ ଏକ ‘କାରକ’ ଭାବରେ ଉଭା ହୋଇପାରନ୍ତି। ପିକେ ଦୃଢ଼ଭାବରେ ବିଶ୍ବାସ କରନ୍ତି ଯେ, ଜନ ସୁରାଜ ବହୁସଂଖ୍ୟାରେ ଜିତିବ। ଯଦିଓ ଜନ ସୁରାଜ କିଛି ମାସ ପୂର୍ବରୁ ବିହାର ବିଧାନସଭା ଉପନିର୍ବାଚନରେ ଚାରିଜଣ ପ୍ରାର୍ଥୀ ଦେଇଥିଲେ ଓ ସମସ୍ତେ ପରାଜିତ ହୋଇଥିଲେ, ବିହାର ବିଧାନସଭା ନିର୍ବାଚନ ୨୦୨୫ ପିକେ ଓ ଜନ ସୁରାଜ ପାଇଁ ପ୍ରଥମ ପ୍ରକୃତ ପରୀକ୍ଷା ହେବ। ସେ ପୂର୍ବରୁ ଘୋଷଣା କରିଥିଲେ ଯେ, ତାଙ୍କ ଦଳ ସମସ୍ତ ୨୪୩ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ଯୋଜନା କରିଛି।

ଅକ୍ଟୋବର ୯ ତାରିଖରେ ଦଳ ଏହାର ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଜନ ସୁରାଜ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ତେବେ ପ୍ରାକ୍ ନିର୍ବାଚନୀ ସର୍ଭେରୁ ଜଣାପଡିଛି ଯେ, ସେ ହୁଏତ ମଝିଆମଝି ସ୍ଥିତି ହାସଲ କରିପାରନ୍ତି। ଅତି କମ୍‌ରେ ଦୁଇଟି ବିଶ୍ୱସନୀୟ ସର୍ଭେ ଅନୁଯାୟୀ, ପିକେ ଓ ତାଙ୍କ ଜନ ସୁରାଜ ମଧ୍ୟମ ସ୍ଥାନ ଦଖଲ କରିପାରନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ନଭେମ୍ବର ୧୪ରେ ଫଳାଫଳ ଘୋଷଣା କରାଯିବ। ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେବ।
ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଯୁବକ, ଉଚ୍ଚ ଜାତିର ସମ୍ପ୍ରଦାୟ, ମଧ୍ୟବିତ୍ତ ଓ ଶିକ୍ଷିତ ଭୋଟରଙ୍କୁ ଆକର୍ଷିତ କରୁଛି। ବିହାରର ୨,୬୯୭ଟି ଗ୍ରାମ, ୧,୩୧୯ ପଞ୍ଚାୟତ ଓ ୨୩୫ଟି ବ୍ଲକ୍‌କୁ ନେଇ ପିକେଙ୍କ ୬୬୫ ଦିନିଆ ପଦଯାତ୍ରା ଯୋଗୁଁ ବିହାରୀମାନେ ଏବେ ଜଣେ ନୂଆ ଖେଳାଳିଙ୍କ ବିଷୟରେ ଅବଗତ ଅଛନ୍ତି। ପିକେ ବିହାରରେ ଏକ ତୃତୀୟ ଶକ୍ତି ଭାବରେ ଉଭା ହୋଇସାରିଛନ୍ତି।
ଗତ ସପ୍ତାହରେ ପ୍ରକାଶିତ ଏକ ସି-ଭୋଟର ସର୍ଭେରେ ପିକେ (୨୩.୧%) ସବୁଠାରୁ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ଚେହେରା ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିଲେ। ସେ ଆର୍‌ଜେଡିର ତେଜସ୍ୱୀ ଯାଦବ (୩୫.୫%)ଙ୍କ ପରେ ଦ୍ୱିତୀୟ ସ୍ଥାନରେ ଥିଲେ କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର (୨୩%)ଙ୍କଠାରୁ ଆଗରେ ଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀଙ୍କଠାରୁ ବହୁ ଆଗରେ ଥିଲେ। କୌତୂହଳର ବିଷୟ ହେଉଛି, ସବୁଠାରୁ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ପିକେଙ୍କ ଲୋକପ୍ରିୟତା ଗ୍ରାଫ୍ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଫେବ୍ରୁଆରିରେ ଏହା ୧୫%ରୁ ଜୁନ୍‌ରେ ୧୮% ଓ ସେପ୍ଟେମ୍ବରରେ ଏହା ୨୩% ଥିଲା। ଭୋଟ୍ ଭାଇବ୍‌ର ଷ୍ଟେଟ୍ ଭାଇବ୍ ବିହାର ନିର୍ବାଚନ ସର୍ଭେରେ ୫୬% ଉତ୍ତରଦାତା ଜନ ସୁରାଜକୁ ମୁଖ୍ୟତଃ ‘ଭୋଟ୍ କଟର୍’ ଭାବରେ ଦେଖିଥିଲେ। ଅବଶ୍ୟ ଅବଶିଷ୍ଟ ୪୪% ମଧ୍ୟରୁ ପ୍ରାୟ ୮.୪% ବିଶ୍ୱାସ କରନ୍ତି ଯେ ପିକେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, ଯେତେବେଳେ ୧୫.୮% ମତବ୍ୟକ୍ତ କରନ୍ତି ଯେ ଯଦି ନଭେମ୍ବର ନିର୍ବାଚନରେ ଝୁଲା ବିଧାନସଭା ପରିସ୍ଥିତି ସୃଷ୍ଟି ହୁଏ ତେବେ ପିକେ କିଙ୍ଗମେକର ଭୂମିକା ଗ୍ରହଣ କରିପାରନ୍ତି। ଉଚ୍ଚ ଜାତିର ହିନ୍ଦୁମାନେ କିଙ୍ଗମେକର ଭୂମିକା (୨୩.୦%) ପାଇଁ ସର୍ବାଧିକ ସମ୍ଭାବନା ଦେଖୁଛନ୍ତି ବୋଲି ଏଥିରେ କୁହାଯାଇଛି। ପ୍ରଶାନ୍ତ କିଶୋରଙ୍କ ଦଳ ଏବେ ଭୋଟ୍‌ କଟର୍‌ ଭୂମିକା ଗ୍ରହଣ କରିପାରେ ବୋଲି ବିଭିନ୍ନ ମହଲ ମତ ଦେଉଥିବା ବେଳେ ପିକେଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ