ବୁଧବାର ରୁକୁଣା କାଠ ଅନୁକୂଳ ପୂଜା

ଭୁବନେଶ୍ୱର: ଅପ୍ରେଲ ମାସ ୫ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ‘୩ତାରିଖ ସନ୍ଧ୍ୟା ସୁଦ୍ଧା ନବ ନିର୍ମିତ ରଥ ହସ୍ତାନ୍ତର କରିବାକୁ ପଡିବ । ୪ ତାରିଖ ନେତ୍ର ଉତ୍ସବ ନୀତି ସଅଳ କରାଯିବ । ତେଣୁ ନିର୍ଦ୍ଧାରିତ ସମୟ ଭିତରେ ହିଁ ରଥ ତିଆରି କାମ ସାରିବାକୁ ହେବ’ ବୋଲି ମଙ୍ଗଳବାର ମନ୍ଦିର କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ରୁକୁଣା ରଥ ଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକରେ ମହାରଣା ସେବାୟତଙ୍କ ଉଦ୍ଦେଶ୍ୟରେ ମନ୍ଦିର କାର୍ୟ୍ୟ ନିର୍ବାହୀଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି ।

ବୈଠକରେ ନିଷ୍ପତ୍ତି ମୁତାବକ, ଫଗୁଣ ଶୁକ୍ଳ ତ୍ରୟୋଦଶୀ ତଥା ବୁଧବାର ଦିନ ୧୧ଟାରୁ ସାଢେ ୧୧ଟା ମଧ୍ୟରେ ମହାଖଳା ଠାରେ ରଥ କାଠ ଅନୁକୂଳ ହେବ । ଏଥିରେ ସମସ୍ତ ପାଳିଆ ମହାରଣା ସେବାୟତ ଉପସ୍ଥିତ ରହିବେ । ଏବେ ସୁଦ୍ଧା ୨ଟି ପର୍ୟ୍ୟାୟରେ ରଥ କାଠ ପହଞ୍ଚି ସାରିଛି । ଏଥର ବି ରଥ ନିର୍ମାଣରେ ପ୍ରାୟ ୭୦ ଜଣ କାରିଗର ନିୟୋଜିତ ହେବେ ବୋଲି ସୋମନାଥ ମହାରଣା ସୂଚନା ଦେଇଛନ୍ତି । ସକାଳ ୮ଟାରୁ ରାତି ୧୨ଟା ପର୍ୟ୍ୟନ୍ତ ମହାଖଳାରେ ରଥ ତିଆରି କାମ କରାଯିବ । ପ୍ରସ୍ତୁତି ବୈଠକରେ ମୁଖ୍ୟ ମହାରଣା ସେବାୟତ ବଟକୃଷ୍ଣ ମହାରଣା, ସୁପରଭାଇଜର ରାଜ କିଶୋର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ରଥ କାରୀଗର ମଧ୍ୟ ଉପସ୍ଥିତ ଥିଲେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ