ଭୁବନେଶ୍ବର,24।09: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ବୁଲାକୁକୁର ଗଣତି ହେଉଛି। ୪୧୦ଜଣଙ୍କୁ କୁକୁର ଗଣତିରେ ନିୟୋଜନ କରାଯାଇଛି। ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପର୍ଭାଇଜର୍, ସାନିଟାରି ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଵାର୍ଡ ଅଫିସର ପ୍ରମୁଖ କୁକୁର ଗଣତି କରୁଛନ୍ତି। ଭୋର ୫ଟାରୁ ୭ଟା ପର୍ଯ୍ୟନ୍ତ କୁକୁର ଗଣନା ହେଉଛି। ୱାର୍ଡୱାରି କେଉଁମାନେ କେତେ କିଲୋମିଟର ଅଞ୍ଚଳ ବୁଲି କୁକୁର ଗଣିବେ, ତାହା ବି ବଣ୍ଟାଯାଇଛି। ଗଣତି ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ବିଏମ୍ସି ଖର୍ଚ୍ଚ କରୁଛି। କୁକୁର କାମୁଡ଼ା କମାଇବା ସହ ଜଳାତଙ୍କ ଓ ଅନ୍ୟାନ୍ୟ ସଂକ୍ରମିତ ରୋଗ ରୋକିବା, ସଡ଼କ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବା ଆଦି କୁକୁର ଗଣତିର ପ୍ରମୁଖ ଲକ୍ଷ୍ୟ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। କିନ୍ତୁ ଗଣତି ଯେଉଁ ଢଙ୍ଗରେ ହେଉଛି, ସେଥିରୁ ବୁଲାକୁକୁରଙ୍କ ଠିକ୍ ସଂଖ୍ୟା ବାହାରିବା ନେଇ ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀ ଓ ରାଜଧାନୀବାସୀ କହିଲେଣି।
ଜେଲ ଗଲେ ମହାକାଳପଡ଼ା ସରପଞ୍ଚ
ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…


