ନୂଆଦିଲ୍ଲୀ :ଦିଲ୍ଲୀ ରିଜ୍ ଅଞ୍ଚଳରୁ ବେଆଇନ ଭାବେ ଅନେକ ଶହ ଗଛ କଟାଯାଇଥିବା ଅଭିଯୋଗ ଉପରେ ଏକାଧିକ ପିଟିଶନ୍ର ଶୁଣାଣିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ସୋମବାର ଓହରିଯାଇଛନ୍ତି। ପୂର୍ବତନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କଠାରୁ ବ୍ୟକ୍ତିଗତ ସତ୍ୟପାଠ ମାଗିଥିଲେ। ଡିଡିଏର କେତେଜଣ ଅଧିକାରୀଙ୍କ ନାଁରେ ଅଦାଲତ ଅବମାନନା ମୋକଦ୍ଦମା ଚଳାଇବା ପାଇଁ ସାକ୍ସେନାଙ୍କ ଅନୁମତି ମଗାଯାଇଥିଲା। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ଖାନ୍ନା କହିଛନ୍ତି, ସେ ଯେତେବେଳେ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ଏନ୍ଏଏଲ୍ଏସ୍ଏ) ଅଧ୍ୟକ୍ଷ ଥିଲେ, ବିଭିନ୍ନ ଜେଲ୍ ପରିଦର୍ଶନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ ପାଟନା ଯାଇଥିଲେ। ତେଣୁ ଉକ୍ତ ଗଛକଟା ମାମଲାର ଶୁଣାଣିରେ ସେ ରହିବା ଠିକ୍ ହେବ ନାହିଁ ବୋଲି ସିଜେଆଇ କହିଛନ୍ତି। ସିଜେଆଇ ନ ଥିବା ଖଣ୍ଡପୀଠରେ ଉକ୍ତ ମାମଲାର ଶୁଣାଣି ନିମନ୍ତେ ତାଲିକାଭୁକ୍ତ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ
ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…








