ବେଙ୍ଗଲ ନିର୍ବାଚନ: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଖିଲେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରକ୍ରିୟା ଓ ଗଣତିର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ। ସୁପ୍ରିମକୋର୍ଟ ତୁରନ୍ତ ନିଜ ଆଡ଼କୁ ବେଙ୍ଗଲ ନିର୍ବାଚନ ପ୍ରକ୍ରିୟାର ବିଚାର କରନ୍ତୁ ଓ ଭୋଟ ଗଣତି କେନ୍ଦ୍ରର ଭିଡିଓ ରେକର୍ଡିଂ ସାର୍ବଜନନୀନ କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀ କରି ଅଖିଲେଶ ଯାଦବ କହିଛନ୍ତି, “ଯଦି କୋର୍ଟ ଶୁଣାଣିର ସିଧାପ୍ରସାରଣ ହୋଇ ପାରୁଛି, ତା’ହେଲେ ଭୋଟ ଗଣତିର ସିଧାପ୍ରସାରଣ କାହିଁକି ହୋଇ ପାରିବ ନାହିଁ?

ସିସିଟିଭି ଫୁଟେଜ କାହିଁକି ଲାଇଭ ହେବନି? କାହିଁକି ସେମାନେ ସିଧାପ୍ରସାରଣକୁ ଏତେ ଡରୁଛନ୍ତି? ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରକ୍ରିୟାର ବିଚାର ସୁପ୍ରିମକୋର୍ଟ ତୁରନ୍ତ କରନ୍ତୁ। ଦେଶର ଲୋକଙ୍କ ଆଗରେ ଭୋଟ ଗଣତି କେନ୍ଦ୍ରର ଭିଡିଓକୁ ରଖା ଯାଉ।”

ଅନିୟମିତତାର ଅଭିଯୋଗ ଆଣି ଅଖିଲେଶ କହିଛନ୍ତି ଯେ ଉତ୍ତର ପ୍ରଦେଶର କିଛି ନିର୍ବାଚନ ଓ ଉପ ନିର୍ବାଚନ ଘଟିଥିବା ଘଟଣା ଏହାର ଉଦାହରଣ। ଏଠାରେ ମଧ୍ୟ ଗଣତି ପ୍ରକ୍ରିୟାରେ ବିଭ୍ରାଟ ଦେଖାଯାଇଥିଲା। ବେଙ୍ଗଲରେ ଯାହା ସବୁ ଘଟିଲା, ତା’ର ପୁନରାବୃତ୍ତି ବଡ଼ ମାତ୍ରାରେ ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଘଟିପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି।

ସେ କହିଛନ୍ତି, “ବେଙ୍ଗଲରେ ଯାହା ସବୁ ଘଟିଗଲା, ସେମାନେ ସମାନ କାମ ବଡ଼ ଆକାରରେ ଉତ୍ତର ପ୍ରଦେଶରେ କରିପାରନ୍ତି। ବହୁ ସ୍ତରୀୟ ନିର୍ବାଚନ ମାଫିଆ ଏକାଠି କାମ କରିବେ। ସେମାନେ ଅଧିକ ରିସର୍ଚ୍ଚ କରିବେ ଓ ୨୦୨୭ରେ ଉତ୍ତର ପ୍ରଦେଶରେ ନିଜର ଅଭିଯାନ ଚଳାଇବେ। ଏହି ଲୋକମାନେ ପଶ୍ଚିମବଙ୍ଗରେ ଯାହା ସବୁ କଲେ ଓ ଯେମିତି ନିର୍ବାଚନକୁ ପ୍ରଭାବିତ କରି ମାହୋଲକୁ ବଦଳାଇଲେ, ସେସବୁ ଏବେ ପର୍ଦ୍ଦାଫାସ ହୋଇଛି।”

ବିଜେପି ବେଙ୍ଗଲରେ ପ୍ରଥମ ଥର ଐତିହାସିକ ବିଜୟ ହାସଲ କରିଥିବା ବେଳେ ମମତା ବାନାର୍ଜୀଙ୍କ ଟିଏମସି ପରାସ୍ତ ହୋଇଛି। ମମତା ହାରିବା ପରେ ଅଖିଲେଶ ଏପରି କହିଛନ୍ତି। ଏଥିସହ ସେ ବେଙ୍ଗଲ ଗସ୍ତରେ ଯିବେ ବୋଲି ମଧ୍ୟ କହିଛନ୍ତି।

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ