
ଦେବଗଡ଼:ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ବେଟି ବଚାଓ,ବେଟି ପଢାଓ ଯୋଜନା ଅଧିନରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଧିରଜ ଚୋପଦାର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର,ଆର୍ଥୀକ କାରବାର ସମୟରେ ସତର୍କତା,ଅନଲାଇନ ଠକେଇରୁ ସୁରକ୍ଷା, ମହିଳା ଓ କିଶୋରୀ ମାନଙ୍କ ଅଧିକାର ଏବଂ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।କର୍ମଶାଳାରେ ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥି, ଓଏଲଏମ ଡିପିଏମ୍ ଶିଶିର ଷଡ଼ଙ୍ଗୀ,ବୈଷୟିକ ଶିକ୍ଷା ଅନୁଷ୍ଠାନ ଅଧ୍ୟକ୍ଷ ବସନ୍ତ ଗନ୍ତାୟତ, ଇନିସପେକ୍ଟର ବିପ୍ଳବ ସାହୁଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।




