ବୈତରଣୀ ନଦୀରେ 35 ଫୁଟ୍‌ର ବିଶାଳ ଘାଇ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଚିନ୍ତା ବଢାଇଲାଣି ଉପରମୁଣ୍ଡ ବର୍ଷା । ପ୍ରବଳ ବର୍ଷା ଓ ବନ୍ୟା ଜଳର କ୍ରମାଗତ ଚାପ ଯୋଗୁଁ ଗତକାଲି(ବୁଧବାର) ବୈତରଣୀ ନଦୀର ସୁରକ୍ଷା ବନ୍ଧ ଭାଙ୍ଗିଯାଇଛି । ରାଜକନିକା ବ୍ଲକ ଅନ୍ତର୍ଗତ ନଦୀକୂଳିଆ ସୁରକ୍ଷା ବନ୍ଧରେ ବିଳମ୍ବିତ ରାତିରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି । ଏହି ଘାଇ ଫଳରେ ନଦୀର ପ୍ରବଳ ବନ୍ୟା ଜଳ ଗାଁ ଭିତରକୁ ମାଡ଼ିଆସିବାରୁ ରାଜକନିକା ବ୍ଲକର ତିନୋଟି ପ୍ରମୁଖ ପଞ୍ଚାୟତ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇପଡ଼ିଛନ୍ତି । ହଜାର ହଜାର ଲୋକ ଏବେ ପାଣି ଘେରରେ ରହି ଜୀବନ ସହ ସଂଗ୍ରାମ କରୁଛନ୍ତି ।​

ଗତ କିଛି ଦିନ ହେବ ବୈତରଣୀ ନଦୀରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ତେବେ ଗତକାଲି ଦୁର୍ବଳ ଥିବା ନଦୀବନ୍ଧ ପ୍ରବଳ ଜଳସ୍ରୋତ ସମ୍ଭାଳି ନପାରି ଶେଷରେ ଭାଙ୍ଗିଯାଇଥିଲା । ପ୍ରାୟ ୩୫ ଫୁଟରୁ ଉର୍ଦ୍ଧ୍ୱ ଚଉଡ଼ାର ଏହି ଘାଇ ଦେଇ ବିପଜ୍ଜନକ ଭାବେ ଜଳ ଗ୍ରାମାଞ୍ଚଳକୁ ପ୍ରବେଶ କରୁଛି । ଏହି ବିପର୍ଯ୍ୟୟ ହେତୁ ବାରହା ଦୋମଣ୍ଡା,କାଟଣା,ଭାରିଗଦା ଓ କୋଇଲିପୁର ପଞ୍ଚାୟତର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି । ଗାଁର ଦାଣ୍ଡ-ଘର,ରାସ୍ତାଘାଟ ସବୁଆଡ଼େ ଏବେ ୪ ରୁ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି ।ଏନେଇ ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ନାୟକ କହିଛନ୍ତି, ‘ବିଳମ୍ବିତ ରାତିରେ ନଦୀବନ୍ଧ ଭାଙ୍ଗି ଯାଇଥିଲା 35 ଫୁଟ୍‌ ଚଉଡାର ଘାଇ ସୃଷ୍ଟି ହୋଇଥିଲା । ପ୍ରବଳ ପାଣି ଗାଁରେ ପଶିବାରୁ 25ରୁ ଅଧିକ ଗାଁ ବିଚ୍ଛିନ୍ନ ହୋଇଯାଇଛନ୍ତି ।

ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଲୋକମାନେ ନିଜ ନିଜ ଘରର ଛାତ,ଉଚ୍ଚ ସ୍ଥାନ ଓ ନଦୀବନ୍ଧ ଉପରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ଶହ ଶହ ଏକର ଚାଷଜମିରେ ହୋଇଥିବା ଧାନ ଚାଷ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ନଷ୍ଟ ହେବାକୁ ବସିଛି ।​ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ଓ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧାରରେ ବୁଡ଼ି ରହିଛି ଏବଂ ସାପ ଓ ଅନ୍ୟାନ୍ୟ ବିଷାକ୍ତ କୀଟପତଙ୍ଗଙ୍କ ଭୟ ଲୋକଙ୍କୁ ଆତଙ୍କିତ କରିଛି ବନ୍ୟା ପ୍ରଭାବିତ କହିଛନ୍ତି ।

ଘାଇ ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଆଜି ଘଟଣାସ୍ଥଳରେ ପହଞ୍ଚି ନଜର ରଖିଛନ୍ତି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ