
ଭୁବନେଶ୍ୱର: ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଗୁରୁବାର ଭୁବନେଶ୍ୱରସ୍ଥ ଲୋୟର ପିଏମଜିରେ ଗର୍ଜନ କରିଛି । ଆଜି ଦଳ ପକ୍ଷରୁ ବିଧାନ ଘେରାଉ ଡାକରା ଦିଆଯାଇଥିବାବେଳେ କଂଗ୍ରେସ କର୍ମୀମାନେ ଲୋୟର ପିଏମଜିରେ ପୁଲିସ ପକ୍ଷରୁ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିବା ଜଣାଯାଇଛି । ଯାହାକୁ ନେଇ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।







