ଭଞ୍ଜନଗର, 16/08: ଆଜି ଭଞ୍ଜନଗର ଅବକାରୀ ଟିମ୍ ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଠାରେ ଯାଞ୍ଚ କରୁଥିବା ସମୟରେ ଏକ କାର୍ ଦ୍ରୁତଗତିରେ ଆସୁଥିବା ଦେଖିଥିଲା। ଏହାପରେ କର୍ମଚାରୀମାନେ ଉକ୍ତ ଗାଡ଼ିକୁ ପିଛା କରୁଥିବା ବେରଳେ ସହର ଉପକଣ୍ଠ ଶ୍ରୀରାମ ନଗର ସ୍ପିଲ୍ୱେ ବ୍ରିଜ ନିକଟରେ ଯାନବାହାନ ଗହଳି ଥିବାରୁ ଉକ୍ତ ଗାଡ଼ିଟି ପଛକୁ ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପିଛା କରୁଥିବା ଅବକାରୀ ଟିମ୍ ଗାଡ଼ି ସହ ଧକ୍କା ହୋଇଥିବା ଅବକାରୀ ଅଧିକାରୀ ଡମ୍ବରୁଧର ହରିଜନ ସୂଚନା ଦେଇଛନ୍ତି। ଗଞ୍ଜେଇ ଗାଡିକୁ ପିଛା କରୁଥିବା ଅବକାରୀ ଗାଡି ସହ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଏଥିରେ ସୌଭାଗ୍ୟବଶତଃ କାହାର କୌଣସି ଆଘାତ ହୋଇନଥିବା ବେଳେ ଗାଡ଼ି ସହ ଗଞ୍ଜେଇ ଓ ଚାଲାଣକାରୀଙ୍କୁ ଗିରଫ କରିଛି ଅବକାରୀ ଟିମ୍।
ଭଞ୍ଜନଗର ଅବକାରୀ ଟିମ୍ ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଠାରେ ଯାଞ୍ଚ କରୁଥିବା ସମୟରେ ଏକ କାର୍ ଦ୍ରୁତଗତିରେ ଆସୁଥିବା ଦେଖିଥିଲା। ଏହାପରେ କର୍ମଚାରୀମାନେ ଉକ୍ତ ଗାଡ଼ିକୁ ପିଛା କରୁଥିବା ବେରଳେ ସହର ଉପକଣ୍ଠ ଶ୍ରୀରାମ ନଗର ସ୍ପିଲ୍ୱେ ବ୍ରିଜ ନିକଟରେ ଯାନବାହାନ ଗହଳି ଥିବାରୁ ଉକ୍ତ ଗାଡ଼ିଟି ପଛକୁ ଯିବାକୁ ଚେଷ୍ଟା କରିଥିଲା। ଏହାପରେ ଅବକାରୀ ବିଭାଗ କର୍ମଚାରୀମାନେ ପୁଲିସ୍ ସହାୟତାରେ ଉକ୍ତ ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ଗାଡ଼ି ଯାଞ୍ଚ କରିଥିଲେ। ଏହାପରେ ଜବତ ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବା ପରେ ପ୍ରାୟ ୮୩ କେଜି ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଅଭିଯୁକ୍ତମାନେ ହେଲେ ବିରେନ କୁମାର ତ୍ରିପାଠି ଏବଂ ଜୁନାସ ନାୟକ, ସେମାନେ କନ୍ଧମାଳ ପଟୁ ଭୂବନେଶ୍ବର ଆଡ଼କୁ ଗଞ୍ଜେଇ ନେଇ ଯାଉଥିବା ଅବକାରୀ ସବ୍ଇନିସପେକ୍ଟର ଅଲିଭା ମାଝୀ ପ୍ରକାଶ କରିଛନ୍ତି। ଆଜି ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।
ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…




