
ଭୁବନେଶ୍ୱର:ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଆବେଦନକାରୀ ଅଛନ୍ତି । ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଧାୟକ ଶାରଦା ନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୪,୬୪,୮୪୯ ଜଣ ଆବେଦନ କରିଛନ୍ତି । ଭିନ୍ନକ୍ଷମ ଭତ୍ତା ପାଇଁ ୪୦,୯୨୭ଜଣ ଆବେଦନ କରିଛନ୍ତି । ସେହିପରି ବିଧବା ଭତ୍ତା ପାଇଁ ୬୧,୫୭୯ ଜଣ ଆବେଦନ କରିଛନ୍ତି ।
ଏହାଛଡ଼ା କୁଷ୍ଠରୋଗୀ ଭତ୍ତା ପାଇଁ ୨୬୯ଜଣ ଆବେଦନ କରିଛନ୍ତି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।







