ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ଵ ନେବାକୁ ଓଡ଼ିଶା ପ୍ରସ୍ତୁତ: ପ୍ରଭାତୀ

ଅକ୍ଟୋବର ୩ ରୁ ୫ ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬
ବ୍ୟବସାୟିକ ସୁଯୋଗ ବଢ଼ାଇବା ପାଇଁ ଓଟିବି ୨୦୨୬ ରେ ପ୍ରଥମ ଥର ପାଇଁ ୨୦୦ରୁ ଅଧିକ କ୍ରେତା, ୧୦୦ ରୁ ଅଧିକ ପର୍ଯ୍ୟଟନ ବ୍ୟବସାୟୀ ଏବଂ ୬,୦୦୦ ରୁ ଅଧିକ ବ୍ୟବସାୟିକ ଆଲୋଚନା ବୈଠକ
ଭୁବନେଶ୍ଵର, ୧ ଅକ୍ଟୋବର, ୨୦୨୬: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି) ୨୦୨୬ ର ସପ୍ତମ ସଂସ୍କରଣ ବିଷୟରେ ଘୋଷଣା କରିଛନ୍ତି, ଯାହା ଅକ୍ଟୋବର ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ମେଫେୟାରରେ ଅନୁଷ୍ଠିତ ହେବ। ଆଜି ମେଫେୟାର ଲାଗୁନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି।

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ର ମିଳିତ ସହ‌ଯୋଗରେ ଆୟୋଜିତ ଏହି ତିନିଦିନିଆ ବ୍ୟବସାୟିକ ପର୍ଯ୍ୟଟନ ମହାକୁମ୍ଭରେ ୯୨ ରୁ ଅଧିକ ଘରୋଇ ସଂସ୍ଥା, ୨୭ଟି ଦେଶର ବିଦେଶୀ ଟୁର ଅପରେଟର ଏବଂ ଦେଶର ୩୨ଟି ସହରର କ୍ରେତାମାନେ ଏକାଠି ହେବେ। ଏହି କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରିତ ୬,୦୦୦ ରୁ ଅଧିକ ବ୍ୟବସାୟିକ ବୈଠକ ଅନୁଷ୍ଠିତ ହେବାର ଆଶା କରାଯାଉଛି।

ସାମ୍ବାଦିକ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖି ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶା ଏକ ମହତ୍ତ୍ୱାକାଂକ୍ଷୀ ପର୍ଯ୍ୟଟନ ରଣନୀତି ଉପରେ କାର୍ଯ୍ୟ କରୁଛି, ଯାହାର ଲକ୍ଷ୍ୟ ହେଉଛି ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟର ସ୍ଥିତିକୁ ମଜବୁତ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ସିଧାସଳଖ ଆର୍ଥିକ ଲାଭ ସୃଷ୍ଟି କରିବା।

“ଆମର ମୂଳମନ୍ତ୍ର ହେଉଛି ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’। ଯଦି ବିଶ୍ଵରେ କେହି ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଚାହାଁନ୍ତି କିମ୍ବା ଭାରତ ଭ୍ରମଣ କରିବାକୁ ଇଚ୍ଛା କରନ୍ତି, ତେବେ ସେମାନେ ପ୍ରଥମେ ଓଡ଼ିଶା କଥା ଚିନ୍ତା କରିବା ଉଚିତ। ସାହସିକ ପର୍ଯ୍ୟଟନ, ହୋମଷ୍ଟେ ଏବଂ ଆତିଥେୟତା କ୍ଷେତ୍ରରେ ଆମର ପ୍ରଗତିଶୀଳ ନୀତି ମାଧ୍ୟମରେ ‘ବିକଶିତ ଭାରତ’ର ସ୍ଵପ୍ନକୁ ସାକାର କରିବା ପାଇଁ ଓଡ଼ିଶା ମିଶନ ମୋଡରେ ଆଗେଇ ଚାଲିଛି,” ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ଟ୍ରାଭେଲ ବଜାର କେବଳ ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର ମଧ୍ୟରେ ସୀମିତ ରହିବ ନାହିଁ; ବରଂ ଏହା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ, ଉଦ୍ୟୋଗୀତା ଏବଂ ପୁଞ୍ଜି ନିବେଶର ଏକ ବଡ଼ ମାଧ୍ୟମ ଭାବେ କାର୍ଯ୍ୟ କରିବ। ଓଡିଶା ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡର ଭାବରେ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ଆଲୋଚନାର ଉତ୍ତର ରଖିଥିଲେ।

ଓଟିବି ୨୦୨୬ ର ଏକ ଅଂଶ ଭାବରେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ଆଠଟି ପରିଚୟ ଭ୍ରମଣ (Familiarisation tour) ଆୟୋଜନ କରାଯିବ। ଏହାଦ୍ୱାରା ଟୁର ଅପରେଟର, କ୍ରେତା, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଓଡ଼ିଶାର ବିବିଧ ପର୍ଯ୍ୟଟନ ସମ୍ପଦକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଶିଷ୍ଟ ଶେଫ୍ ଶ୍ରୀ ରଣବୀର ବ୍ରାରଙ୍କ ଦ୍ୱାରା ଏକ ଅଧିବେଶନ ରଖାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶାର ମହାସଚିବ ଶ୍ରୀ ଧୀମାନ ମଜୁମଦାର, ଟ୍ରାଭେଲ ଏଜେଣ୍ଟ ଆସୋସିଏସନ ଅଫ ଓଡ଼ିଶାର ସମ୍ପାଦକ ଶ୍ରୀ ଆଲୋକ ମହାପାତ୍ର, ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସ ଓଡ଼ିଶା ଶାଖାର ଅଧ୍ୟକ୍ଷ ଶ୍ରୀ ଗଗନ ଷଡ଼ଙ୍ଗୀ, ଏଣ୍ଟରପ୍ରାଇଜିଂ ନେଟୱାର୍କ ଅଫ ଟ୍ରାଭେଲ ଆଣ୍ଡ ଟୁରିଜିମ ଆସୋସିଏଟ୍ସର ସଭାପତି ଶ୍ରୀ ଦେବାଶିଷ ମିଶ୍ର ଏବଂ ଓଟିଆଇଏ ର ସମ୍ପାଦକ ଶ୍ରୀ ଯୁଗବ୍ରତ କର ପ୍ରମୁଖ ସାମିଲ ଥିଲେ।

ଦେଶ ତଥା ବିଦେଶର ପର୍ଯ୍ୟଟନ ପ୍ରତିନିଧିଙ୍କ ଅଂଶଗ୍ରହଣ ସହିତ ଓଟିବି ୨୦୨୬ ବ୍ୟବସାୟିକ ସମ୍ପର୍କ ସ୍ଥାପନ, ପର୍ଯ୍ୟଟନସ୍ଥଳୀର ପ୍ରଚାର ଏବଂ ସହଭାଗିତା ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବ ଏବଂ ଏହା ସହିତ ପର୍ଯ୍ୟଟନ ମାଧ୍ୟମରେ ନିଯୁକ୍ତି, ଉଦ୍ୟୋଗୀତା ତଥା ସ୍ଥାନୀୟ ଆର୍ଥିକ ବିକାଶକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶାର ପ୍ରୟାସକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ