ଭାରତର ସର୍ବାଧିକ ସମୟ ନିର୍ବାଚିତ ଶାସନ ମୁଖ୍ୟ ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୪/୦୩/୨୦୨୬: ଭାରତୀୟ ରାଜନୀତିରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଇତିହାସ ରଚିଛନ୍ତି । ଦେଶରେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିର୍ବାଚିତ ଶାସନ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବାରେ ପ୍ରଧାନମନ୍ତ୍ରୀ ମୋଦିଜୀ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ବର୍ତମାନ ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଟ ୮୯୩୩ ଦିନର ପର୍ଯ୍ୟନ୍ତ ଶାସନ ମୁଖ୍ୟ ଭାବେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଲୋକଙ୍କ ସେବା କାର୍ଯ୍ୟ ଜାରି ରଖିଛନ୍ତି । ତାଙ୍କର ଏହି ଲମ୍ବା ସମୟର ଦାୟିତ୍ୱ ଭାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଏହି କୀର୍ତିମାନ ସ୍ଥାପନ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ୨୦୦୧ରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀଭାବେ ଆରମ୍ଭ କରି ୨୦୧୪ ପରେ ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ସମୟ ଧରି ବିନା ଛୁଟିରେ କଠିନ ପରିଶ୍ରମ କରି ସେବା କାର୍ଯ୍ୟରେ ବ୍ରତୀ ହୋଇ ଦେଶ ପ୍ରତି ପ୍ରଧାନମନ୍ତ୍ରୀ ମୋଦିଜୀ ନିଜର ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି । ମୋଦିଜୀଙ୍କ ଶାସନ କାଳରେ ଦେଶବାସୀଙ୍କ ମୌଳିକ ସମସ୍ୟାର ସମାଧାନ ସହ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା ପଥରେ ଆଗେଇ ଚାଲିଛି । ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇପାରିଛି । ଘରୋଇ ଆବଶ୍ୟକତା ପୂରଣ ହେବା ସହ ବିଦେଶକୁ ଔଷଧ, ଖାଦ୍ୟଶସ୍ୟ, ପ୍ରତିରକ୍ଷା ସାମଗ୍ରୀ ଇତ୍ୟାଦି ରପ୍ତାନୀ କରିବାରେ ଭାରତ ଆଜି ସକ୍ଷମ ହୋଇପାରିଛି । ଦେଶର ପ୍ରଧାନ ସେବକ ଭାବେ ଶପଥ ନେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶର ଗରିବ, ଯୁବକ, ଚାଷୀ, ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସର ନାରା ଦେଇ ଦେଶର ଭିତିଭୂମିକୁ ସୁଦୃଢ଼ କରିବାରେ ଲାଗିଛନ୍ତି । ବଳିଷ୍ଟ ନେତୃତ୍ୱ ପାଇଁ ମୋଦିଜୀ ଆଜି ସାରା ବିଶ୍ୱର ଅଦିତ୍ୱୀୟ ନେତାଭାବେ ପରିଗଣିତ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରତି ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଛି । ତାଙ୍କ କାର୍ଯ୍ୟକାଳ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମୋଦିଜୀ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ତାହା ନିଶ୍ଚିନ୍ତ ପୂରଣ ହେବ ଏବଂ ତାଙ୍କ ଶାସନ କାଳରେ ଭାରତ ବିଶ୍ୱଗୁରୁ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦିଜୀ ଏଭଳି ଅନେକ ଇତିହାସ ସୃଷ୍ଟି କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପ୍ରାର୍ଥନା କରିଛନ୍ତି ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ