ଭାରତର ୪୭୧ ରନ୍‌ ଜବାବରେ ଇଂଲଣ୍ଡ ୩/୨୦୯

ହେଡିଂଲି: ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଓ ସୌରଭ ଗାଙ୍ଗୁଲି ୨୩ ବର୍ଷ ତଳେ ହେଡିଂଲି ଟେଷ୍ଟରେ ଶତକ ମାରିଥିଲେ। ଭାରତୀୟ କ୍ରିକେଟ୍‌ର ତିନି ଭବିଷ୍ୟତ ଯଶସ୍ବୀ ଜୟସୱାଲ, ଶୁଭମନ ଗିଲ୍‌ ଓ ଋଷଭ ପନ୍ତ ଏହି ଗ୍ରାଉଣ୍ଡରେ ଉପରୋକ୍ତ କୃତିତ୍ବକୁ ଦୋହରାଇଛନ୍ତି। ଚଳିତ ପ୍ରଥମ ଟେଷ୍ଟରେ ଶୁଭମନ ଗିଲ୍‌, ଯଶସ୍ବୀ ଜୟସୱାଲ୍‌ ଓ ଋଷଭ ପନ୍ତ ଶତକ ମାରିଛନ୍ତି। ଏକଦା ୩ ୱିକେଟ୍‌ ହରାଇ ୪୩୦ ରନ୍‌ କରିଥିବା ଭାରତ ପ୍ରଥମ ଇନିଂସରେ ବଡ଼ ସ୍କୋର୍‌ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ଭାରତ ବିପର୍ଯ୍ୟୟ ଭୋଗି ମାତ୍ର ୪୧ ରନ୍‌ରେ ଶେଷ ୭ଟି ୱିକେଟ୍‌ ହରାଇଥିଲା। ୨ୟ ଦିନରେ ଭାରତ ୪୭୧ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ପରେ ୨ୟ ଦିନରେ ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ଲଢ଼ୁଆ ଜବାବ ଦେଇଛି। ପରେ ଇଂଲଣ୍ଡର ପ୍ରଥମ ଇନିଂସରେ ଓଲି ପୋପ୍‌ ଅପରାଜିତ ଶତକ ଓ ବେନ୍‌ ଡକେଟ୍‌ ଅର୍ଦ୍ଧଶତକ ମାରିଛନ୍ତି। ତେବେ ଯଶପ୍ରୀତ ବୁମ୍‌ରା ୩ଟି ୱିକେଟ୍‌ ନେଇ ଇଂଲଣ୍ଡ ପରେ ଚାପ ବଜାୟ ରଖିଛନ୍ତି। ୨ୟ ଦିନ ଶେଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩ ୱିକେଟ୍‌ ହରାଇ ୨୦୯ ରନ୍‌ କରି ୨୬୨ ରନ୍‌ ପଛ​‌େ​‌ର ରହିଛି।
ଇଂଲଣ୍ଡ ୨ୟ ଇନିଂସ ଆରମ୍ଭକରି ପ୍ରଥମ ଓଭର​ରେ ୱିକେଟ୍‌ ହରାଇଥିଲା। ଜ୍ୟାକ୍‌ କ୍ରଲି ଏକ ଚୌକା ମାରିବା ପରେ ଯଶପ୍ରୀତ ବୁମ୍‌ରାଙ୍କ ମାରାତ୍ମକ ବଲ୍‌ରେ ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିଲେ। ହେଲେ ଅନ୍ୟ ଓପ୍‌ନର ବେନ୍‌ ଡକେଟ୍‌ ଓ ଓଲି ପୋପ୍‌ ନିୟମିତ ଭାବେ ଷ୍ଟ୍ରୋକ୍‌ ଖେଳି ଦଳର ସ୍କୋର୍‌କୁ ବଢ଼ାଇ ଚାଲିଥିଲେ। ଡକେଟ୍‌ ଓ ପୋପ୍‌ ୨ୟ ୱିକେଟ୍‌ ପାଇଁ ୧୨୨ ରନ୍‌ ଯୋଡ଼ିଥିଲେ। ଶେଷରେ ଯଶପ୍ରୀତ ବୁମ୍‌ରା ଏହି ଯୋଡ଼ି ଭାଙ୍ଗିଥିଲେ। ବାମହାତି ଡକେଟ୍‌ ୯୪ ବଲ୍‌ରୁ ୯ଟି ଚୌକା ସହ ୬୨ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ପୋପ୍‌ ଓ ଟେଷ୍ଟ ମାନ୍ୟତାର ୧ନଂ ସ୍ଥାନରେ ଥିବା ଜୋ ରୁଟ୍‌ ଲଢ଼ୁଆ ବ୍ୟାଟିଂକରି ୩ୟ ୱିକେଟ୍‌ ପାଇଁ ୮୦ ରନ୍‌ ଯୋଡ଼ିଥିଲେ। ଫର୍ମରେ ଥିବା ରୁଟ୍‌ଙ୍କୁ ଆଉଟ୍‌କରି ବୁମ୍‌ରା ଭାରତକୁ ବଡ଼ ସଫଳତା ଦେଇଥିଲେ। ରୁଟ୍‌ ୨ଟି ଚୌକା ସହ ୨୮ ରନ୍‌ କରିଥିଲେ। ଓଲି ପୋପ୍‌ ୯ମ ଶତକ ଏବଂ କ୍ରମାଗତ ୨ୟ ଟେଷ୍ଟରେ ଶତକ ମାରିଥିଲେ। ହ୍ୟାରୀ ବ୍ରୁକ୍‌ ବିନା ସ୍କୋର୍‌ରେ କ୍ୟାଚ୍‌ ଦେଇଥିଲେ ହେଁ ବୁମ୍‌ରାଙ୍କର ଏହା ନୋ’ବଲ୍‌ ଥିଲା। ଷ୍ଟମ୍ପ୍‌ ଅପସାରଣ ବେଳକୁ ଓଲି ପୋପ୍‌ ୧୩୧ ବଲ୍‌ରୁ ୧୩ଟି ଚୌକା ସହ ୧୦୦ ଓ ବ୍ରୁକ୍‌ ବିନା ସ୍କୋର୍‌ରେ କ୍ରିଜ୍‌ରେ ଅଛନ୍ତି। ବୁମ୍‌ରା ୩ଟିଯାକ ୱିକେଟ୍‌ ନେଇଛନ୍ତି।
ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୩ ୱିକେଟ୍‌ରେ ୩୫୯ ରନ୍‌ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ ଅଧିନାୟକ ଶୁଭମନ ଗିଲ୍‌ ଓ ଉପଅଧିନାୟକ ଋଷଭ ପନ୍ତ ୨ୟ ଦିନରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ଗିଲ୍‌ ଓ ପନ୍ତ୍ ୪ର୍ଥ ୱିକେଟ୍‌ ପାଇଁ ମାରାଥନ୍‌ ଭାଗୀଦାରି କରିଥିଲେ। ୯୯ ରନ୍‌ରେ ଥିବା ବେଳେ ଛକାମାରି ବାମହାତି ଋଷଭ ପନ୍ତ ଜୀବନର ୭ମ ଟେଷ୍ଟ ଶତକ ପୂରଣ କରିଥିଲେ। ଇଂଲଣ୍ଡ ମାଟିରେ ପନ୍ତଙ୍କର ଏହା ୩ୟ ଟେଷ୍ଟ ଶତକ। ୪ର୍ଥ ୱିକେଟ୍‌ ପାଇଁ ଗିଲ୍‌ ଓ ପନ୍ତ ୨୦୯ ରନ୍‌ ଯୋଡ଼ିଥିଲେ। ସୋଏବ୍‌ ବସିରଙ୍କୁ ଛକା ମାରିବା ପ୍ରୟାସରେ ଗିଲ୍‌ ଆଉଟ୍‌ ହୋଇଥିଲେ। ୬ଷ୍ଠ ଟେଷ୍ଟ ଶତକ ହାସଲ କରିଥିବା ଗିଲ୍‌ ୨୨୭ ବଲ୍‌ରୁ ଗୋଟିଏ ଛକା ଓ ୧୯ଟି ଚୌକା ସହ ୧୪୭ ରନ୍‌ କରିଥିଲେ। ଏହି ୱିକେଟ୍‌ ସହ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା ଏବଂ ୪୧ ରନ୍‌ରେ ଶେଷ ୭ଟି ୱିକେଟ୍‌ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ୮ ବର୍ଷ ପରେ ଟେଷ୍ଟ ଖେଳୁଥିବା କରୁଣ ନାୟାର ଖାତା ଖୋଲିବା ପୂର୍ବରୁ ଓଲି ପୋପ୍‌ଙ୍କ ଦର୍ଶନୀୟ କ୍ୟାଚ୍‌ରେ ଆଉଟ୍‌ ହୋଇଥିଲେ। ଋଷଭ ପନ୍ତ ୧୭୮ ବଲ୍‌ରୁ ୬ଟି ଛକା ଓ ୧୨ଟି ଚୌକା ସହ ୧୩୪ ରନ୍‌କରି ବିଦାୟ ନେଇଥିଲେ। ତଳ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍‌ସ ଓ ଜୋସ୍‌ ଟଙ୍ଗ୍‌ ଚମତ୍କାର ବୋଲିଂକରି ୪ଟି ଲେଖାଏଁ ୱିକେଟ୍‌ ପାଇଥିଲେ।

  • Garvita Odia

    Related Posts

    ଲର୍ଡସ ଟେଷ୍ଟ: ବିଜୟଲକ୍ଷ୍ୟ ୧୯୩; ଭାରତ ୪/୫୮

    ଲର୍ଡସ: ଚଳିତ ତୃତୀୟ ଟେଷ୍ଟମ୍ୟାଚ୍‌କୁ ଜିତି ଶୃଙ୍ଖଳାରେ ୨-୧ରେ ଆଗୁଆ ହେବା ଲାଗି ଭାରତୀୟ ଦଳକୁ ୨ୟ ଇନିଂସରେ ୧୯୩ ରନ୍‌ କରିବାକୁ ପଡ଼ିବ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବ​‌ଳରେ ଭାରତ ଏହି ସୁଯୋଗ ପାଇଛି। ପ୍ରଥମ ୩ ଦିନରେ ୨୦ଟି…

    ଲର୍ଡସ ଟେଷ୍ଟ :ଇଂଲଣ୍ଡ ୩୮୭ରନରେ ଅଲ୍‌ଆଉଟ୍‌:ଭାରତ ୩ ୱିକେଟରେ ୧୪୫

    ଲଡର୍ସ : ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଲଡର୍ସରେ ଚାଲିଥିବା ତୃତୀୟ ଟେଷ୍ଟର ଶୁକ୍ରବାର ଦ୍ବିତୀୟ ଦିନରେ ୯ଟି ୱିକେଟର ପତନ ଘଟିଛି। ଜୋ ରୁଟ୍‌ଙ୍କ ଶତକ ୧୦୪ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୮୭ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଭାରତ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ