ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ: ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ ମିଶି ରଣନୀତି ତିଆରି କରିବେ ବୋଲି କୁହାଯାଉଛି। ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍‌ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ ଭାରତ ଚିନ୍ତାରେ ପଢ଼ିଥିବା ବେଳେ ଖୁବଶୀଘ୍ର ଭ୍ଲାଦିମିର ପୁଟିନ୍ ଭାରତ ଆସିବେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍। “ଆମ ଭିତରେ ଏକ ବିଶେଷ, ଦୀର୍ଘ ଦିନର ସମ୍ପର୍କ ରହିଛି ଏବଂ ଆମେ ଏହି ସମ୍ପର୍କର ଗୁରୁତ୍ବ ବୁଝିଛୁ। ଆମର ଉଚ୍ଚସ୍ତରୀୟ ସମ୍ପର୍କ ରହିଛି ଏବଂ ଏହି ଉଚ୍ଚସ୍ତରୀୟ ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ବିଷୟରେ ଜାଣିବାକୁ ପାଇ ଆମେ ବହୁତ ଉତ୍ସାହିତ ଏବଂ ଆନନ୍ଦିତ। ମୁଁ ଭାବୁଛି ଆସିବାର ତାରିଖଗୁଡ଼ିକ ଏବେ ପ୍ରାୟ ଚୂଡ଼ାନ୍ତ ହୋଇସାରିଛି” ବୋଲି କହିଛନ୍ତି ଅଜିତ୍ ଡୋଭାଲ।

  • Related Posts

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ…

    ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ୟ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ : ଧର୍ମେନ୍ଦ୍ର

    ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ୟ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଅଗଷ୍ଟ ପର୍ଯ୍ୟନ୍ତ ୧୪ ବର୍ଷା

    ସିପିଆର୍‌ ଦେଇ ଯୁବକଙ୍କ ଜୀବନ ରକ୍ଷା ଟ୍ରାଫିକ୍‌ ପୁଲିସ

    ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତା: ସାଇ ସ୍ବରୂପଙ୍କୁ ୨ଟି ସ୍ବର୍ଣ୍ଣ

    ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ଓଲଟିଲା ଯାତ୍ରୀବାହୀ ବସ୍‍, ୨୦ରୁ ଅଧିକ ଗୁରୁତର