ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ ୨୦୨୬ ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌

ନୂଆଦିଲ୍ଲୀ: ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ। ଏହି ବିଶ୍ବକପ୍‌ରେ ୨୦ଟି ଦଳ ଖେଳିବେ। ଏହି ବିଶ୍ବକପ୍‌ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ୟ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି। ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି ଷ୍ଟାଡିୟମ୍‌ରେ ଏହି ବିଶ୍ବକପ୍‌ର ସମସ୍ତ ୫୫ଟି ମ୍ୟାଚ୍‌ ଖେଳାଯିବ। ମାର୍ଚ୍ଚ ୮ରେ ଏହି ବିଶ୍ବକପ୍‌ର ଫାଇନାଲ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ସ୍ଥିର କରାଯାଇଛି। ତେବେ ପାକିସ୍ତାନ ଯଦି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରେ; ତେବେ କଲମ୍ବୋରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ସୂଚନାଯୋଗ୍ୟ; ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌-୨୦୨୬ ଖେଳସୂଚୀ ଔପଚାରିକ ଭାବେ ଆଇସିସି ଘୋଷଣା କରିନାହିଁ। ହେଲେ ଅନୌପଚାରିକ ଭାବେ ଆଇସିସି ପ୍ରତିଯୋଗୀ ଦେଶଙ୍କୁ ଉପରୋକ୍ତ ତାରିଖ ଜଣାଇଦେଇଛି। ଅଦ୍ୟାବଧି ୧୫ଟି ଦେଶ ଏହି ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବାକି ୫ଟି ଦଳଙ୍କ ମଧ୍ୟରୁ ୨ଟି ଆଫ୍ରିକାରୁ ଏବଂ ୩ଟି ଦଳ ଏସିଆ-ପୂର୍ବ ଏସିଆ ପ୍ୟାସିଫିକ୍‌ ଅଞ୍ଚଳରୁ ଯୋଗ୍ୟତା ଅର୍ଜନ କରି ଆସିବେ। ୨୦୨୪ରେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଖେଳା ଯାଇଥିବା ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରି ଏହି ବିଶ୍ବକପ୍‌ର ଫର୍ମାଟ ରହିବ। ୨୦ଟି ଦଳଙ୍କୁ ୪ଟି ଗ୍ରୁପ୍‌ରେ ରଖାଯିବ। ପ୍ରତି ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ପରସ୍ପର ବିପକ୍ଷରେ ଖେଳିବେ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଦଳ ସୁପର ଏଇଟ୍‌ ରାଉଣ୍ଡରେ ପ୍ରବେଶ କରିବେ। ଏହି ରାଉଣ୍ଡରେ ମଧ୍ୟ ୮ଟି ଦଳଙ୍କୁ ୨ଟି ଗ୍ରୁପ୍‌ରେ ରଖାଯିବ। ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଦଳ ସେମିଫାଇନାଲ ଖେଳିବେ। ଗତଥର ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ହରାଇ ଭାରତ ଚମ୍ପିଆନ ହୋଇଥିଲା। ୨୦୨୬ ଜାନୁଆରୀ ୧୧ରୁ ୩୧ ମଧ୍ୟ‌େ​‌ର ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଭାରତ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ବର୍ଷ ଆରମ୍ଭରୁ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଆୟୋଜନ ପାଇଁ ବିସିସିଆଇ ଯୋଜନା କରିଛି। ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରେ ଆଇପିଏଲ୍‌ ଖେଳାଯିବ। ଆଇପିଏଲ୍‌ର ସମ୍ଭାବ୍ୟ ତାରିଖ ମାର୍ଚ୍ଚ ୧୬ରୁ ମେ’ ୩୧ ରଖାଯାଇଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ