ଭାରତ ଖୁବଶୀଘ୍ର ନିଜସ୍ଵ ମହାକାଶ କେନ୍ଦ୍ର ପ୍ରତିଷ୍ଠା କରିବ: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର,୨୪/0୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଭାରତ ଖୁବଶୀଘ୍ର ନିଜସ୍ଵ ମହାକାଶ କେନ୍ଦ୍ର ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ସେ ଦିନ ଆଉ ଦୂର ନାହିଁ, ଯେତେବେଳେ ଭାରତ ନିଜସ୍ଵ ମହାକାଶ କେନ୍ଦ୍ର ପ୍ରତିଷ୍ଠା କରିବ। ଆପଣମାନେ ଜାଣି ଖୁସି ହେବେ ଯେ, ବିଗତ ୧୧ ବର୍ଷ ମଧ୍ୟରେ ୬୦ରୁ ଊର୍ଦ୍ଧ୍ବ ମହାକାଶ ଅଭିଯାନ ସମ୍ପନ୍ନ ହୋଇଛି। ଆହୁରି ଅନେକ ଅଭିଯାନ ଚୂଡ଼ାନ୍ତ ରୂପ ନେବାକୁ ଅପେକ୍ଷା କରିଛି ବୋଲି ମୋଦୀ କହିଥିଲେ। ଏହା ସହିତ ସେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଭାରତର ସଦ୍ୟତମ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ଚଳିତବର୍ଷ ସ୍ପେଶ ଡକିଂରେ ଭାରତ ସଫଳତା ହାସଲ କରିଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଆମର ଭବିଷ୍ୟତ ଅଭିଯାନଗୁଡ଼ିକ ପାଇଁ ବଡ଼ ସଫଳତା ବୋଲି ମଧ୍ୟ କହିଥିଲେ। ମୋଦୀ କହିଥିଲେ ଯେ, ବର୍ତ୍ତମାନ ଭାରତ ଗଗନଯାନ ମାଧ୍ୟମରେ ନିଜ ମହାକାଶଚାରୀମାନଙ୍କୁ ମହାକାଶ ପଠାଇବାକୁ ପ୍ରସ୍ତୁତ ହେଉଛି। ଏ କ୍ଷେତ୍ରରେ ଆମେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କ ଅଭିଜ୍ଞତାରୁ ବହୁ ମାତ୍ରାରେ ଲାଭାନ୍ମିତ ହେବା। ସ୍ପେଶ ଷ୍ଟାର୍ଟଅପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି ଘରୋଇ ସ୍ପେଶ ସେକ୍ଟର କିପରି ଅଗ୍ରଗତି ହାସଲ କରୁଛି ତାହା ଦର୍ଶାଇଥିଲେ। ୨୦୧୪ରେ ଭାରତରେ ଗୋଟିଏ ସ୍ପେଶ ଷ୍ଟାର୍ଟଅପ ଥିବାବେଳେ ବର୍ତ୍ତମାନ ୩୦୦ରୁ ଅଧିକ ସ୍ପେଶ ଷ୍ଟାର୍ଟଅପ ଥିବା ପ୍ରଧାନମନ୍ତ୍ରୀ କହିଥିଲେ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ