ବୁର୍ଲା, 03/09:ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ (VSSUT)ର ଶେଷ ବର୍ଷର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଅଞ୍ଜନେୟ ଦାଶଙ୍କର ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ବୁର୍ଲାର ପାୱାର ଚ୍ୟାନେଲ ବା ପିସି ବ୍ରିଜ୍ ତଳୁ ତାଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଳିଥିବା ବେଳେ ଏହା ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା, ତାହା ସ୍ପଷ୍ଟ ହୋଇପାରିନାହିଁ। ମୃତ ଛାତ୍ର ଅଞ୍ଜନେୟ ଦାଶଙ୍କ ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଜାଫରପୁର ଗାଁରେ। ସେ ଥିଲେ ତାଙ୍କ ବାପାମା’ଙ୍କର ଏକମାତ୍ର ପୁଅ। ସହପାଠୀମାନଙ୍କ କହିବା ଅନୁଯାୟୀ, ଗତକାଲି ରାତି ୮ଟା ୪୦ ଯାଏ ଅଞ୍ଜନେୟ ହଷ୍ଟେଲରେ ଥିଲେ। କିନ୍ତୁ ତା’ପରେ କ’ଣ ଘଟିଛି, ସେମାନେ ଜାଣିନାହାନ୍ତି। ଅଞ୍ଜନେୟଙ୍କୁ ଘଟଣାସ୍ଥଳରୁ ତାଙ୍କ କିଛି ସହପାଠୀ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅଞ୍ଜନେୟଙ୍କର ମୃତ୍ୟୁ ଘଟିସାରିଥିଲା ବୋଲି ଡାକ୍ତରଖାନା ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା।
ବୁର୍ଲା ଏସ୍ଡିପିଓ କହିଛନ୍ତି ଯେ ଯେଉଁମାନେ ଅଞ୍ଜନେୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ, ସେମାନଙ୍କୁ ଜଣେ ଯୁବତୀ ଫୋନ୍ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଉକ୍ତ ଯୁବତୀଙ୍କ ସହିତ ଅଞ୍ଜନେୟ ଫୋନ୍ରେ କଥା ହେଉଥିଲେ। ଫୋନ୍ରେ ସେମାନଙ୍କ ମଧ୍ୟରେ ବାର୍ତ୍ତାଳପ ଚାଲିଥିବା ବେଳେ ଟ୍ରେନ୍ ଅତିକ୍ରମ କରିଥିଲା ଓ ହଠାତ୍ ଅଞ୍ଜନେୟଙ୍କ ଫୋନ୍ କଟିଯାଇଥିଲା। ତେଣୁ ଦୁର୍ଘଟଣା ଆଶଙ୍କା କରି ଯୁବତୀ ଜଣଙ୍କ ହଷ୍ଟେଲରେ ଥିବା ଅଞ୍ଜନେୟଙ୍କ ଜଣେ ସହପାଠୀଙ୍କୁ ଫୋନ୍ କରିଥିଲେ ଓ ଘଟଣାସ୍ଥଳକୁ ଯାଇ ଦେଖିବା ପାଇଁ କହିଥିଲେ। ଏହା ପରେ ଅଞ୍ଜନେୟଙ୍କ ସେହି ସାଙ୍ଗଙ୍କ ସହିତ ଆଉ କିଛି ସହପାଠୀ ଘଟଣାସ୍ଥଳକୁ ଯାଇ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପାଇଥିଲେ ଓ ଡାକ୍ତରଖାନା ନେଇଥିଲେ। ବୁର୍ଲା ଏସ୍ଡିପିଓ କହିଛନ୍ତି ଯେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ କରାଯାଉଛି। ଆଖପାଖ ସମସ୍ତ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯାଉଛି। ଫୋନ୍ କଲ୍ ରେକର୍ଡ ଯାଞ୍ଚ କରାଯିବ। ଯେଉଁମାନେ ଘଟଣାସ୍ଥଳରୁ ଅଞ୍ଜନେୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ, ସେମାନଙ୍କୁ ପଚରାଉଚରା କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କେମିତି ମୃତ୍ୟୁ ଘଟିଛି, ତାହା ଜଣାପଡ଼ିବ। ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ୍ ୩ଟି ଟିମ୍ ଗଠନ କରି ଘଟଣାର ତଦନ୍ତ କରୁଛି।
ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍
ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…







