ଭୁବନେଶ୍ୱର ୮ଟି ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର : କୋଲକାତାରେ କାଳବୈଶାଖୀ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ୮ଟି ବିମାନର ଜରୁରୀ ଅବତରଣ । କୋଲକାତାରେ କାଳବୈଶାଖୀ ପ୍ରଭାବ ଲାଗି ସମସ୍ତ ୮ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛନ୍ତି । ଦୀର୍ଘ ୧୨ ଘଣ୍ଟା ଧରି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି ଯାତ୍ରୀ । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପିରିକି ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା ପ୍ରକାଶ ପାଇଛି ।

ଖବର ଅନୁଯାୟୀ, ଦିଲ୍ଲୀରୁ କୋଲକାତା ଅଭିମୁଖେ ଯାଉଥିଲା ବିମାନ । ହେଲେ କୋଲକାତାରେ ବାଳବୈଶାଖୀ ପ୍ରଭାବରେ ବିମାନ ଅବତରଣ ପାଇଁ ପାଗ ଅନୁକୂଳ ନଥିଲା । ଯେଉଁଥି ଲାଗି ଶନିବାର ରାତିରେ ସମସ୍ତ ବିମାନକୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଯାଇଥିଲା । ତେବେ ଶନିବାର ରାତିରୁ ଆଜି ଯାଏଁ ସମସ୍ତ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ଅଟକି ରହିଛନ୍ତି । ଯେଉଁଥି ଲାଗି ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ୨୫ରୁ ଅଧିକ ଯାତ୍ରୀ ବିମାନବନ୍ଦର ଗେଟ୍‌ ସମ୍ମୁଖରେ ପାଟିତୁଣ୍ଡ ସହ ହୋହାଲ୍ଲା କରିଥିଲେ । ସେମାନଙ୍କ ଅଭିଯୋଗ ଯେ, ପାଗ ଭଲ ହେବା ପରେ ବି ବିମାନ ଗୁଡ଼ିକୁ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଛଡାଯାଉନାହିଁ । ଯାହାକୁ ଆଧାର କରି ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ, ଶନିବାର ରାତିରେ ୮ଟି ବିମାନ ଭୁବନେଶ୍ୱରରେ ଅବତରଣ କରିଥିଲା । ଯାହାମଧ୍ୟରୁ ଏବେ ଯାଏଁ ୬ଟି ବିମାନ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଭରିସାରିଛନ୍ତି । ବାକି ଦୁଇଟି ଫ୍ଲାଇଟ୍‌ର ଯାତ୍ରୀ ରହିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ବି ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯିବ ।

  • Related Posts

    ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

    ତୃଣମୂଳ ସ୍ତରରେ ସମସ୍ୟାକୁ ଚିହ୍ନଟ କରି ଏହାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୮ ଅକ୍ଟୋବର ୨୦୨୬ ଆଜି ଲୋକସେବା…

    Continue reading
    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ