ଭୟଙ୍କର ଦୁର୍ଘଟଣା:୫ ଡାକ୍ତରୀ ଛାତ୍ର ମୃତ

ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ କେରଲର ଅଲପ୍ପୁଝା ସ୍ଥିତ କଲାରକୋଡ୍‌ରେ ଏକ କାର୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିରେ କାର୍‌ରେ ଥିବା ୫ ଜଣ ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଛାତ୍ର ଗୁରୁତର ରୂପେ ଆହତ ହୋଇଛନ୍ତି।ସୂଚନା ମୁତାବକ, ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ଜାରି ରହିଥିଲା। ଏହି ସମୟରେ ବସ୍‌ଟି ଦ୍ରୁତ ଗତିରେ ଆସି କାର୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକଙ୍କୁ ବାହାର କରିବା ପାଇଁ କାର୍‌କୁ କଟର୍‌ରେ କାଟିବାକୁ ପଡ଼ିଛି। ମୃତକ ଅଲାପ୍ପୁଝାର ଟିଡି ମେଡିକାଲ କଲେଜର ଛାତ୍ର ଥିଲେ। ଏମାନେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲେ।ଏହି ଦୁର୍ଘଟଣାରେ ବସ୍‌ରେ ଥିବା କିଛି ଯାତ୍ରୀମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସେପଟେ ଗୁରୁତର ଥିବା ଦୁଇ ଜଣ ଛାତ୍ରଙ୍କୁ ବନ୍ଦନମ୍‌ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

  • Related Posts

    ମାସକର ଦରମା ଦାନ କଲେ ଧାମୀ

    ଡେରାଡୁନ: ବିପତ୍ତି ବେଳେ ବଡପଣ ଦେଖାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଉତ୍ତରକାଶୀରେ ହୋଇଥିବା ପ୍ରଳୟ ପରେ ରିଲିଫ ପାଇଁ ନିଜ ଦରମା ଦେଲେ ମୁଖ୍ୟମନ୍ତ୍ରୀ । ଧରାଲି ଏବଂ ହର୍ସିଲ ଅଞ୍ଚଳରେବିପର୍ୟ୍ୟୟ ପରିଚାଳନା ସହ ରିଲିଫ ସାମଗ୍ରୀ ଏବଂ ଉଦ୍ଧାର କାର୍ୟ୍ୟ…

    ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଲେ ଶଶି ଥରୁର

    ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହିତ ସ୍ୱର ମିଳାଇ ନିଜ ଦଳରୁ ସମାଲୋଚିତ ହୋଇଥିବା ଶଶି ଥରୁର ଏବେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଇଲେକ୍ସନ କମିଶନ ବିଜେପି ସହ ମିଶି ବଡ଼ ଧରଣର…

    Leave a Reply

    Your email address will not be published. Required fields are marked *

    You Missed

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ