ମଝି ନଦୀରେ ଡଙ୍ଗା ଓଲଟିଲା , ୨୭ ମୃତ ଓ ୧୦୦ନିଖୋଜ

ମଝି ନଦୀରେ ଓଲିଟିଲା ଯାତ୍ରୀବାହୀ ଡଙ୍ଗା। ଚାଲିଗଲା ୨୭ ଜଣଙ୍କ ଜୀବନ। ସେହିପରି ଅନେକ ଏବେବି ନିଖୋଜ ଅଛନ୍ତି। ତେବେ ଡଙ୍ଗାଟି କିଭିଳି ବୁଡ଼ିଲା ସେନେଇ କୌଣସି ସୂଚନା ନାହିଁ। ଉତ୍ତର ନାଇଜେରିଆର ନାଇଜର ନଦୀରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ମୁତାବକ, ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି। ଡଙ୍ଗାଟି କୋଗି ରାଜ୍ୟରୁ ନାଇଜର ରାଜ୍ୟର ଏକ ଫୁଡ୍‌ ମାର୍କେଟକୁ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଛି। ଡଙ୍ଗାରେ ପ୍ରାୟ ୨୦୦ ଲୋକ ଥିଲେ। ଅଧିକାଂଶ ଖାଦ୍ୟ ବ୍ୟବସାୟୀ ଥିଲେ। ନାଇଜର ରାଜ୍ୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖପାତ୍ର ଇବ୍ରାହିମ ଅଡୁଙ୍କ ଅନୁଯାୟୀ ଉଦ୍ଧାର କର୍ମଚାରୀମାନେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୭ ଟି ମୃତଦେହ ଉଦ୍ଧାର କରିଛନ୍ତି।
କୋଗି ରାଜ୍ୟ ଜରୁରୀକାଳୀନ ସେବା ମୁଖପାତ୍ର ସେଣ୍ଡ୍ରା ମୁସା କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଏବେବି ଆହୁରି ଅନେକ ଲୋକ ନିଖୋଜ ଉଦ୍ଧନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାକୁ ୧୨ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଏବେବି ଅନ୍ୟ କାହାର ପତ୍ତା ମିଳିନାହିଁ। ଡଙ୍ଗାରେ ଅଧିକାଂଶ ବ୍ୟବାସୟୀ ଥିଲେ। ଏମାନେ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧି ନଥିଲେ। ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଅଶଙ୍କା କରାଯାଉଛି।
ଏହି ଦୁର୍ଘଟଣାର କାରଣ ସରକାରୀ ଭାବେ ଜଣା ପଡିନାହିଁ, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା କୁହାଯାଉଛି। ନାଇଜେରିଆର ଦୁର୍ଗମ ଅଞ୍ଚଳରେ ସଡକ ସୁବିଧା ଅଭାବରୁ ଲୋକମାନେ ପ୍ରାୟତଃ ଜଳପଥ ବ୍ୟବହାର କରନ୍ତି, ଯାହା ଫଳରେ ଡଙ୍ଗାରେ ଅଧିକ ଭିଡ ହୋଇଥାଏ। ଏଥିଲାଗି ଅନେକ ସମୟରେ ଦୁର୍ଘଟଣା ଘଟେ।

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ