ମଣିପୁରରେ ସାନି ହିଂସା; ୩ ମୃତ

ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲାରେ ଶୁକ୍ରବାର ଭୋର ସମୟରେ ପୁଣି ଥରେ ରକ୍ତପାତ ଦେଖିବାକୁ ମିଳିଛି। ନ୍ୟୁ କେଥେଲମାନବି ଅଞ୍ଚଳ ଅଧୀନରେ ଥିବା ଲୋଇବୋଲ୍ ଗ୍ରାମ ଉପରେ କିଛି ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀଙ୍କୁ ଗୁଳିମାଡ଼ରେ ୩ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ସକାଳ ପ୍ରାୟ ୪ଟା ୧୦ ମିନିଟ୍ ସମୟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଦୁର୍ବୃତ୍ତମାନେ ଗ୍ରାମକୁ ଘେରିଯାଇ ଆଖିବୁଜା ଗୁଳିଚାଳନା କରିଥିଲେ, ଯାହାଫଳରେ ଶୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗୁଳିମାଡ଼ କରିବା ସହିତ ଆକ୍ରମଣକାରୀମାନେ ଗ୍ରାମର ଅନେକ ଘରକୁ ପୋଡ଼ି ଦେଇଥିଲେ। ବ୍ୟାପକ ସମ୍ପତ୍ତି ନଷ୍ଟ କରିଛନ୍ତି। ପ୍ରାଣ ହରାଇଥିବା ୩ ଜଣ ଲେଟଖୋଙ୍ଗାମ ହାଓକିପ୍, ଟିନମାରୀ ହାଓକିପ୍ ଏବଂ ଜାଙ୍ଗମିନଲାଲ୍ ହାଓକିପ୍ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

  • Related Posts

    ଆଜି କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ଖାନ୍ ସାର୍‌

    ପାଟନା: ଦେଶର ଚର୍ଚ୍ଚିତ ତଥା ଲୋକପ୍ରିୟ ଶିକ୍ଷକ ଖାନ୍ ସାର୍‌ ଓରଫ୍ ଫୈଜଲ୍ ଖାନ୍ ଏବେ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି । କୋଚିଂ ସେଣ୍ଟରରେ ହୋଇଥିବା ଗୁଳିକାଣ୍ଡ ଓ ଭଙ୍ଗାରୁଜା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ…

    Continue reading
    ହିମାଚଳ ପ୍ରଦେଶରେ ଭୂମିକମ୍ପ

    ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ହିମାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଏହାର ତୀବ୍ରତା ୪.୩ ଥିଲା। ଧର୍ମଶାଳାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି। ରାତି ୧୦:୦୪ ସମୟରେ ଏହି ଭୂମିକମ୍ପ ଅନୁଭୂତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ