
ପିପିଲି : ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ସ୍ଥିତ ସିଫା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଏକ କାର ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ଯାଉଥିବାବେଳେ ରାସ୍ତା କଡରେ ମର୍ଣ୍ଣି ୱାକରେ ଯାଉଥିବା ୨ ଜଣ ମହିଳାଙ୍କ ଉପରେ ପଛରୁ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା।
ପରେ କାରଟି ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଲାଗି ରାସ୍ତା କଡ଼ ନୟନଜୋରୀ ମଧ୍ୟକୁ ଖସି ପଡିଥିଲା । ଫଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ କାର ମଧ୍ୟରେ ଥିବା ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ମଧ୍ୟରେ ବୁଡି ଯାଇଥିବା କାର ରୁ ଚାଳକଙ୍କ ମୃତଦେହ ଉଦ୍ଧାର କରିଥିଲା। ପିପିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।



