ମର୍ମନ୍ତୁଦ ଦୁର୍ଘଟଣା, ଆଖିବୁଜିଲେ ଦୁଇ ସାଙ୍ଗ

ଜଳେଶ୍ୱର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଦୁଇ ସାଙ୍ଗ। ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଲା ଅଜଣା ଗାଡ଼ି ଚାଳକ। ଏଭଳି ଅଭାବନୀୟ ଘଟଣା ଜଳେଶ୍ୱର ଥାନା ୫୭ ରାଜ୍ୟ ରାଜପଥ ନାମ୍ପ ନିକଟରେ ଘଟିଛି।
ସୂଚନା ଅନୁଯାୟୀ, କୌଣସି କାମରେ ଦୁଇ ବନ୍ଧୁ ବିଳମ୍ବିତ ରାତିରେ ଏକ ବାଇକ ଯୋଗେ କମର୍ଦା ଆଡୁ ୫୭ନଂ ରାଜ୍ୟ ରାଜପଥରେ ଯାଉଥିଲେ ।ଜଳେଶ୍ୱର ଥାନା ଅମ୍ବପଞ୍ଜା ଠାରେ ଅଜଣା ଗାଡି ଧକ୍କା ଦେଇ ଚମ୍ପଟ ମାରିଥିଲା। ଧକ୍କା ଦେବା ଫଳରେ ଉଭୟେ ରାସ୍ତା ଉପରେ ଛିଟିକି ପଥିଲେ। ନାମ୍ପ ଫାଣ୍ଡି ପୁଲିସ ଖବର ପାଇ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଜଳେଶ୍ୱର ପୁଲିସ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ