ମହାକୁମ୍ଭରେ ଦଳାଚକଟା: ୧୦ମୃତ

ପ୍ରୟାଗରାଜ: ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଛି। ଅଧିକ ଭିଡ କାରଣରୁ ଦଳାଚକଟା। ଦଳାଚକଟାରେ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ପ୍ରୟାଗରାଜ ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ ତ୍ରିବେଣୀ ସଂଗମରେ ବୁଡ ପକାଇବା ବେଳେ ଏହି ଦଳାଚକଟା ହୋଇଛି। ମୌନୀ ଅମାବାସ୍ୟା ପାଇଁ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ଏବଂ ଏହି ଭିଡ ପାଇଁ ହିଁ ଏପରି ଅଘଟଣ ଘଟିଛି। ସେପଟେ ଅଘଟଣ ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସ୍ଥିତି ସମ୍ପର୍କରେ ପଚାରି ବୁଝି ସବୁ ସହାୟତା ଦେବାକୁ କହିଛନ୍ତି। ଏଥିସହ ଯୋଗୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜେ.ପି ନଡ୍ଡା ମଧ୍ୟ କଥା ହୋଇଛନ୍ତି।

  • Related Posts

    ଇଣ୍ଡିଆ କେମ୍ ୨୦୨୬ରେ ଶିଳ୍ପ ସମ୍ଭାବନା ପ୍ରଦର୍ଶନ କରିବ ଓଡ଼ିଶା

    ଭୁବନେଶ୍ବର: ରାସାୟନିକ ଓ ପେଟ୍ରୋକେମିକାଲ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟ ଭାବେ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ରାଜ୍ୟ ସରକାର ନିଜର ଶିଳ୍ପ ସମ୍ଭାବନାକୁ ଜାତୀୟ ମଞ୍ଚରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏଥିପାଇଁ…

    Continue reading
    ଆଜି ଇଣ୍ଡିଆ ମେଣ୍ଟର ଅନଲାଇନରେ ବଡ଼ ବୈଠକ

    ନୂଆଦିଲ୍ଲୀ: ଅନଲାଇନରେ ହେବ ଇଣ୍ଡିଆ ମେଣ୍ଟର ବୈଠକ । ଭୋଟ ଚୋରି ପ୍ରସଙ୍ଗରେ ଆନ୍ଦୋଳନର ରୂପରେଖ ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାପ ପକାଇବା ପାଇଁ ଗୁରୁବାର ସନ୍ଧ୍ୟାରେ ଇଣ୍ଡିଆ ମେଣ୍ଟର ଅନଲାଇନ ବୈଠକ ଅନୁଷ୍ଠିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି