ମହାନଦୀ ଜଳ ବିବାଦ ବୈଠକରେ ହେଉଥିବା ନିଷ୍ପତ୍ତିକୁ ସାର୍ବଜନୀନ କରାଯାଉ: ବିଜେଡି

କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ବୈଠକ ଆୟୋଜିତ ନହେଉ
ଟ୍ରିପଲ ଇଞ୍ଜିନ ଥାଇ ମଧ୍ୟ ଅଢେଇ ବର୍ଷ ପରେ ବିବାଦ ଯେଉଁଠି ଥିଲା ସେଇଠି ରହିଛି
ଅଣମୌସୁମୀ ସମୟରେ ଓଡିଶାକୁ ଆବଶ୍ୟକୀୟ ଜଳ ମିଳିବା ନେଇ ନିଶ୍ଚିତ କରାଯାଉ

ଭୁବନେଶ୍ୱର, : ମହାନଦୀ ଜଳ ବିବାଦର ସମାଧାନ ଖୋଜିବା ପାଇଁ ନୂଆଦିଲ୍ଲୀରେ ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ଓଡିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯୋଗ ଦେଉଥିବା ବେଳେ, ଏହା କେତେଦୂର ସଫଳ ହେବାକୁ ଯାଉଛି ବୋଲପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ଏହି ବୈଠକରେ ନିଆଯାଉଥିବା ନିଷ୍ପତ୍ତିକୁ ସାର୍ବଜନୀନ କରିବାକୁ ବିଜେଡି ଦାବି କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ
ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ମହାନଦୀ ଜଳ ବିବାଦ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ, ଏହି ବୈଠକର ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଜଣାଇବା ଜରୁରୀ । ତେଣୁ ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଗୁଡିକୁ ସାର୍ବଜନୀନ କରିବା ପାଇଁ ବିଜେଡି ଦାବି ରଖୁଛି । ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ନିକଟତର ହୋଇଥିବାରୁ, କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଏହି ବୈଠକକୁ ଆୟୋଜିତ କରି ବିବାଦର ସମାଧାନ ହୋଇଗଲା ବୋଲି କୁହାନଯାଉ । ଦୀର୍ଘ ୧୨ ବର୍ଷ ହେଲାଣି କେନ୍ଦ୍ର ବିଜେପି ନେତୃତ୍ୱାଧୀନ ସରକାର ଥିବାବେଳେ, ୨୦୨୪ ନିର୍ବାଚନରେ ଓଡିଶା ଓ ଛତିଶଗଡ଼ରେ ବିଜେପି ସରକାର ହୋଇଥିଲା । ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ମହାନଦୀ ଜଳ ବିବାଦର ସମାଧାନର ସମ୍ଭାବନା ବୃଦ୍ଧି ପାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାର ସମାଧାନ ଦିଗରେ କୌଣସି ତତ୍ପରତା ଦେଖିବାକୁ ମିଳିନଥିଲା । ଟ୍ରିବୁ୍ୟନାଲ ମାଧ୍ୟମରେ ବା ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହେବ ସେନେଇ କୌଣସି ସ୍ପଷ୍ଟତା ଆସିପାରି ନାହିଁ । ଯେଉଁ କାରଣରୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ଅଢେଇ ବର୍ଷ ବିତିଯିବା ପରେ ମଧ୍ୟ ବିବାଦ ଯେଉଁଠାରେ ଥିଲା ସେଇଠାରେ ରହିଛି ।
ଡ଼ ସାହୁ ଆହୁରି କହିଥିଲେ ଯେ, ଛତିଶଗଡ଼ ଦ୍ୱାରା ବେଆଇନ ଭାବେ ବ୍ୟାରେଜ, ଆନିକଟ ଓ ବାଲିବନ୍ଧ ଇତ୍ୟାଦି ଉପର ମୁଣ୍ଡରେ ନିର୍ମାଣ କରାଯିବାରୁ, ମହାନଦୀ ଜଳ ବିବାଦ ସୃଷ୍ଟି ହୋଇଥିଲା । ଅଣମୌସୁମୀ ସମୟରେ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ଜଳ ଶୁଖି ଯାଉଛି । ଚଳିତବର୍ଷ ମୌସୁମୀ ସମୟରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ, ଛତିଶଗଡ଼ ଦ୍ୱାରା ଓଡିଶାକୁ କୌଣସି ସୂଚନା ନଦେଇ ଗେଟ୍ ଖୋଲିଦେବାରୁ ଓଡ଼ିଶାରେ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆସିଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ, ଛତିଶଗଡ଼ ଓ ଓଡିଶା ସରକାର ମଧ୍ୟରେ ଆବଶ୍ୟକୀୟ ସମନ୍ୱୟ ରହୁନାହିଁ । ଏହି ପରିପ୍ରେକ୍ଷୀରେ, ଆଜି ବସୁଥିବା ବୈଠକ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି ପ୍ରସଙ୍ଗରେ ସ୍ୱାଭାବିକ ଭାବେ କେତେ ଗୁଡିଏ ପ୍ରଶ୍ନ ସାମ୍ନାକୁ ଆସୁଛି, ଯାହାର ଉତ୍ତର ଆସିବା ଦରକାର । ଅଣମୌସୁମୀ ସମୟରେ ଓଡିଶାକୁ ଆବଶ୍ୟକ ହେଉଥିବା ଜଳ ମିଳିବ କି ନାହିଁ । ବେଆଇନ ଭାବେ ନିର୍ମିତ ହୋଇଥିବା ବ୍ୟାରେଜ ଗୁଡିକର ସ୍ଥିତି କ’ଣ ରହିବ । ମହାନଦୀରୁ ଶିଳ୍ପ ଅନୁଷ୍ଠାନକୁ କେତେ ପରିମାଣର ଜଳ ଛତିଶଗଡ଼ ସରକାର ଦେଉଛନ୍ତି ତାହା ମଧ୍ୟ ଲୋକଲୋଚନକୁ ଆସିବା ଦରକାର । ତେଣୁ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବା ସ୍ୱାକ୍ଷରିତ ହେବାକୁ ଥିବା ବୁଝାମଣା ପତ୍ରକୁ ସାର୍ବଜନୀନ କରିବା ଅତ୍ୟନ୍ତ ଜରୁରୀ । ଏହା କେବଳ ଏକ ଧର୍ମକୁ ଆଖିଠାର ସଦୃଶ୍ୟ ବୈଠକ ନହେଉ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ