ମହାନଦୀ ରିଭରଫ୍ରଣ୍ଟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୧/୦୧/୨୦୨୬: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କଟକର ମହାନଦୀ ରିଭରଫ୍ରଣ୍ଟ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ମହାନଦୀ କୂଳର ୪୨୬ ଏକର ପରିମିତ ଅଞ୍ଚଳରେ ଏହି ପ୍ରକଳ୍ପ ବିକଶିତ ହେବ ଏବଂ ଏହାକୁ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ ୧୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇ ଏହି ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ସୁନିଶ୍ଚିତ କରାଯାଇଛି। ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ମହାପାତ୍ର ନିର୍ଦ୍ଧାରିତ ପ୍ରକଳ୍ପକୁ ଶୀଘ୍ର ଆରମ୍ଭ କରିବା ପାଇଁ ସମସ୍ତ ସାମ୍ବିଧାନିକ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା ଏବଂ ପ୍ରାଥମିକ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁମୋଦିତ ମାଷ୍ଟର ପ୍ଲାନ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବାଲିଯାତ୍ରା ପଡ଼ିଆରୁ ସାମୁଦ୍ରିକ ସଂଗ୍ରହାଳୟ ପର୍ଯ୍ୟନ୍ତ ୩.୨ କିଲୋମିଟର ଲମ୍ବା ରିଭରଫ୍ରଣ୍ଟ ପ୍ରୋମେନେଡ୍ ବିକାଶ ସହ ବାଲିଯାତ୍ରା ଅଞ୍ଚଳରେ ପାଦଚଲା ରାସ୍ତା ଏବଂ ଅତ୍ୟାବଶ୍ୟକ ଉପଯୋଗୀ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ।
ଦ୍ୱିତୀୟ ପର୍ଯ୍ୟାୟରେ ପରିବେଶ ସ୍ଥିରତା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ମାଷ୍ଟର ପ୍ଲାନରେ ଥିବା ଅବଶିଷ୍ଟ ଅଞ୍ଚଳରେ ପାଦଚଲା ରାସ୍ତା, ଭୂତଳ ସେବା ଏବଂ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ କରାଯିବ। ତୃତୀୟ ପର୍ଯ୍ୟାୟରେ ବିଭିନ୍ନ ମନୋରଞ୍ଜନ, ସାଂସ୍କୃତିକ ଏବଂ ପର୍ଯ୍ୟଟନଭିତ୍ତିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ। ଏଥିରେ ‘କଟକ ହାଟ’ ଏବଂ ‘ହେରିଟେଜ୍ ଭିଲେଜ୍’, ଫୁଡ୍ ଟ୍ରାକ୍ ଏବଂ ପ୍ରବେଶ ପଥ ଜୋନ୍, ଖେଳପଡ଼ିଆ, ସେନସୋରି ପାର୍କ, ଫିଟନେସ୍ ଜୋନ୍, ନେଚର ଇଣ୍ଟରପ୍ରିଟେସନ୍ ସେଣ୍ଟର, ପ୍ରବେଶ ପ୍ଲାଜା, ଥିମାଟିକ୍ ଗାର୍ଡେନ୍, ଏକ ମୁକ୍ତାକାଶ ସାମୁଦ୍ରିକ ସଂଗ୍ରହାଳୟ ଏବଂ ଆଡଭେଞ୍ଚର ଜୋନ୍ ସମେତ ଅନ୍ୟାନ୍ୟ ସାଧାରଣ ସୁବିଧା ସୁଯୋଗ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଦ୍ୱାରା ଏକ ଖୋଲା ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟକାରୀ ହେବ। ସିଡିଏ ଉପାଧ୍ୟକ୍ଷା ସୁଶ୍ରୀ କିରଣଦୀପ କୌର ସାହୋଟା ପ୍ରକଳ୍ପର ରୂପରେଖ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ପ୍ରକଳ୍ପର ସମୟସୀମା ଏବଂ କାର୍ଯ୍ୟକାରୀ କୌଶଳ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଶତ୍ରୁଘ୍ନ କର, ଶ୍ରୀ ରବୀନ୍ଦ୍ର ସାହୁଙ୍କ ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଭାଗ ଓ ସିଡିଏର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ