ମହିଳା ଆୟୋଗ ବୈଠକ; ମହିଳାଙ୍କ ସୁରକ୍ଷା, ଆର୍ଥିକ ସ୍ୱାଧୀନତା ଓ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଛନ୍ତି ଜାତୀୟ ମହିଳା ଆୟୋଗ କମିଶନର ଅଧ୍ୟକ୍ଷା ବିଜୟା ରହାଟକର । ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ମହିଳା ଆୟୋଗ । ମହିଳାଙ୍କ ସୁରକ୍ଷା, ଆର୍ଥିକ ସ୍ୱାଧୀନତା ଓ ନେତୃତ୍ୱକୁ ପ୍ରୋତ୍ସାହିତ କରିବାରେ ଉପରେ କମିଶନ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ମହିଳା କେନ୍ଦ୍ରିକ ପ୍ରମୁଖ କାର୍ଯ୍ୟକ୍ରମ ଓ ସଫଳତା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଲୋକପାତ କରିଛନ୍ତି ।

ଓଡିଶା ଗସ୍ତରେ ଆସିଛନ୍ତି ଜାତୀୟ ମହିଳା ଆୟୋଗ କମିଶନରର ଅଧ୍ୟକ୍ଷା ବିଜୟା ରହାଟକର । ଲୋକସେବା ଭବନରେ କମିଶନଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନାରୀ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ପଦକ୍ଷେପ ସଂପର୍କରେ ସମୀକ୍ଷା ହୋଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ ଓ ଗୃହ ବିଭାଗ ପକ୍ଷରୁ ମହିଳା ସଶକ୍ତିକରଣ ଓ ସୁରକ୍ଷା ପ୍ରତି ଓଡ଼ିଶାର ସମଗ୍ରିକ ଓ ସମନ୍ୱିତ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନ ହୋଇଛି ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମହିଳା ସଶକ୍ତିକରଣ ଓ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଓଡ଼ିଶା ସରକାରଙ୍କ ପ୍ରମୁଖ ପଦକ୍ଷେପ, ସଫଳତା ନେଇ ଆଲୋକପାତ କରିଛନ୍ତି । ‘ସୁଭଦ୍ରା’, ‘ଲଖପତି ଦିଦି’, ‘ମିଶନ ଶକ୍ତି କାଫେ’, ‘ପୋଷଣ’, କ୍ରେଚ ସେବା, ‘ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ମହିଳା କେନ୍ଦ୍ରିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ମହିଳା କେନ୍ଦ୍ରିକ କାର୍ଯ୍ୟକ୍ରମ, ସେଥିରେ ମହିଳାଙ୍କର ଅଧିକାର ଓ ସୁବିଧା ଉପଲବ୍ଧ ହେଉଥିବା ନେଇ ସୂଚନା ଦେଇଛନ୍ତି । ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରହାଟକର ନାରୀମଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାରେ ଓଡ଼ିଶା ସରକାରଙ୍କ ପ୍ରତିଷ୍ଠାନଗତ ବିଭିନ୍ନ ବ୍ୟବସ୍ଥା ଓ ଆଗୁଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ମିଶନ ଶକ୍ତି ଅଧୀନରେ ‘ସୁଭଦ୍ରା’ ଯୋଜନା ଏବଂ ମିଶନ ଶକ୍ତି ମାଧ୍ୟମରେ ‘ଲକ୍ଷପତି ଦିଦି’ ପଦକ୍ଷେପର ସଫଳତାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଏହା ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଓ ନେତୃତ୍ୱକୁ ପ୍ରୋତ୍ସାହିତ କରିବାରେ କିପରି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି, ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଆହୁରି ମଧ୍ୟ ଓଡ଼ିଶାର ଅଭିନବ ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଛନ୍ତି । ବିଶେଷ କରି ୟୁଏନଏଫିପିଏ ସହଯୋଗରେ ବିକଶିତ ‘ଶକ୍ତି ଆପ୍’, ଯାହା ପ୍ରଯୁକ୍ତିଭିତ୍ତିକ ପ୍ରୟାସରେ ଲିଙ୍ଗଭିତ୍ତିକ ହିଂସା ମାମଲାଗୁଡ଼ିକ ସମନ୍ୱିତ ପ୍ରତିକ୍ରିୟା ଓ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରୁଛି । ଏପରି ବ୍ୟବସ୍ଥାଗୁଡ଼ିକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଛନ୍ତି । କିଶୋରୀ ଓ ଯୁବତୀମାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମ ଏବଂ ଉଚ୍ଚଶିକ୍ଷା ବିଭାଗର ‘ଶକ୍ତିଶୀ’ ପରି ପଦକ୍ଷେପକୁ ସେ ମଧ୍ୟ ପ୍ରଶଂସା କରିଛନ୍ତି । ମାନବ ଚାଲାଣ ଏବଂ ଅନ୍ୟାନ୍ୟ ଲିଙ୍ଗଭିତ୍ତିକ ହିଂସା ସମ୍ବନ୍ଧୀୟ ପଡିରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହା ଫଳରେ ସମୟୋପଯୁକ୍ତ ନ୍ୟାୟ ସୁନିଶ୍ଚିତ ହେବ । ଏଥିପାଇଁ ସମସ୍ତ ସ୍ତରରେ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରି ପରାମର୍ଶ ଦେଇଛନ୍ତି ।
‘ପୋଶ’ ଆଇନ ଓ ଅନ୍ୟାନ୍ୟ ମହିଳା ସୁରକ୍ଷା ସମ୍ବନ୍ଧୀୟ ଆଇନରଦୃଢ଼ କାର୍ଯ୍ୟାନ୍ୱୟନ ସହିତ ରାଜ୍ୟ ଓ ଜିଲ୍ଲା ସ୍ତରରେ ବିଭାଗ ମଧ୍ୟରେ ସମନ୍ୱୟକୁ ଅବ୍ୟାହତ ରଖିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି । ‘ତେରେ ମେରେ ସପ୍ନେ’ ନାମକ ବିବାହ ପୂର୍ବ ଯୋଗାଯୋଗ କେନ୍ଦ୍ର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ଥାପିତ କରାଯିବା ଉଚିତ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଯାହା ଏକ ସମନ୍ୱିତ ଓ ସୁସ୍ଥ ପରିବାରିକ ଜୀବନକୁ ପ୍ରୋତ୍ସାହନ ଦେବ । ବୈଠକରେ ଓଡ଼ିଶାର ପ୍ରତ୍ୟେକ ମହିଳା ସୁରକ୍ଷିତ, ସମ୍ମାନର ଓ ସୁଯୋଗର ସହିତ ସହ ବଞ୍ଚିବା ଓ ଜୀବିକା ନିର୍ବାହ କରିବାରେ ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛି । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, ପୋଲିସ ଡିଜି ଓ୍ୱାଇ. ବି ଖୁରାନିଆଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ମିଶନ ଶକ୍ତି, ଉଚ୍ଚଶିକ୍ଷା, ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲାସ୍ତରର ଅଧିକାରୀ ଭିସି ଜରିଆରେ ଅଂଶଗ୍ରହଣ କରିଛନ୍ତି ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ