ଅନୁଗୁଳ: ଅନୁଗୁଳ ଜିଲ୍ଲା ଟାଉନ ତାନା ସୁସୁଗା ଗାଁରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାରୁ ବୃଦ୍ଧା ମାଆକୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ। ମୃତକ ଲତା ନାୟକ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ମାଆ ଲତା ଏବଂ ତାଙ୍କ ପୁଅ ସରୋଜଙ୍କ ମଧ୍ୟ ବଚସା ହୋଇଥିଲା। କ୍ରମଶଃ ଏହା ଉଗ୍ରରୂପ ଧାରଣ କରିଥିଲା। ପରେ ପୁଅ ସରୋଜ ଉତ୍ତ୍ୟକ୍ତ ହୋଇ ଲତାଙ୍କୁ ଏକ ବାଡିରେ ପିଟି ପିଟି ଅତି ନୃଶଂସ ଭାବରେ ହତ୍ୟା କରିଥିଲା। ପରେ ଖବର ପାଇ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଅଟକ ରଖି ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।
ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…




