ମୟୁରଭଞ୍ଜ : ମାଈ ହାତୀର ମୃତଦେହ ଠାବ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଧିନସ୍ଥ ଗୋଲା ମୁଣ୍ଢାକାଟା ନିକଟରେ ଏକ ମାଈ ହାତୀର ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହାତୀଟିର ବୟସ ପ୍ରାୟ ୫ ବର୍ଷ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ହାତୀ ପଲ ବୁଲୁଥିବାର ସୂଚନା ରହିଥିଲା। ଆଜି ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ହଠାତ୍ ହାତୀଟିର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ।
ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ
ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…








