ମାନସିକ ଅସ୍ଥିରତା ଦେଇ ଗତି କରୁଛନ୍ତି ପ୍ରଭାତ ବିଶ୍ୱାଳ: ବିଜେଡି

ଭୁବନେଶ୍ୱର: ଚିଟ୍ଫଣ୍ଡ ଭଳି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜୁ ଜନତା ଦଳର ନୀତି ଓ ନୈତିକତାକୁ ନେଇ ଟିପ୍ପଣୀ ଦେବା ଜଣେ ପାଗଳର ବାଚଳାମୀ । ରାଜ୍ୟସଭା ନିର୍ବାଚନରେ ପୁଅ ସୌଭିକ ବିଶ୍ୱାଳଙ୍କୁ ଘୋଡ଼ା ବେପାରରେ ସାମିଲ କରାଇ କୋଟି କୋଟି ଟଙ୍କା ହାତେଇ ବିଜେଡି ସୁପି୍ରମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ଯେଉଁ ବିଶ୍ୱାସ ଘାତକତା କରିଛନ୍ତି, ତାଙ୍କୁ କଟକବାସୀ କେବେ କ୍ଷମା ଦେବେ ନାହିଁ ବୋଲି କହି ବର୍ଷିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ପ୍ରଭାତ ବିଶ୍ୱାଳ ୧୯୯୫ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ସମୟରେ ନଳକୂପ ବସାଇବା ଦୁର୍ନୀତିରେ ସମ୍ପୃକ୍ତ ରହି କୋଟି କୋଟି ଟଙ୍କା ହାତେଇ ଥିଲେ । ବିଗତ ଦିନରେ ନିଜର ଖର୍ଚ୍ଚ ପାଇଁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀରୁ କେତେ ଟଙ୍କା ଚାନ୍ଦା ନେଇଛନ୍ତି ତାହା କଟକବାସୀଙ୍କୁ ଭଲ ଭାବେ ଜଣା । ଦଳରୁ ନିଲମ୍ବନ ହେବା ପରେ, ସେ କେତେବେଳେ କ’ଣ କହୁଛନ୍ତି ନିଜେ ଜାଣିପାରୁ ନାହାନ୍ତି । ତାଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ଦୀର୍ଘ ଦିନ ହେଲା ଚାପରେ ଅଛନ୍ତି । ଗଣମାଧ୍ୟମରେ ସମ୍ମୁଖରେ ସେ ଯେଉଁ ବକ୍ତବ୍ୟ ରଖୁଛନ୍ତି, ସେଥିରୁ ଜଣାପଡୁଛି ସେ ବିଜୁ ଜନତା ଦଳକୁ ଦୁର୍ବଳ କରିବା ପାଇଁ ସତେ ଯେମିତି ଠିକା ନେଇଛନ୍ତି । ବିଜେଡି ହେଉଛି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଦଳ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସର୍ବଦା ଲଢ଼େଇ କରୁଥିବା ବିଜୁ ଜନତା ଦଳକୁ ଦୁର୍ବଳ କରିବାକୁ ଯେଉଁମାନେ ଷଡ଼ଯନ୍ତ୍ର କରୁଛନ୍ତି, ଓଡ଼ିଶାବାସୀ ତାଙ୍କୁ କେବେ ବି କ୍ଷମା ଦେବେନି ।
ଡ଼ ସାମନ୍ତସିଂହାର ଆହୁରି କହିଥିଲେ ଯେ, ପ୍ରଭାତ ବିଶ୍ୱାଳ ୧୫ ଦିନ ତଳେ କହୁଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ଶ୍ରୀମତୀ ସୁଜାତା କାର୍ତ୍ତିକେୟନଙ୍କୁ ଦଳର ଦାୟିତ୍ୱ ଦିଆଯାଉ ଏବଂ ତାଙ୍କୁ ରାଜ୍ୟସଭାକୁ ପଠାଯାଉ । ଆଜି ପୁଣି ତାଙ୍କ ବିରୋଧରେ ବିଷୋଦଗାର କରିବା ପାଗଳର ପ୍ରଳାପ ସଦୃଶ । ସେ ଆଜି ନିଜ ବକ୍ତବ୍ୟରେ କହିଥିଲେ କି, ଦିଲ୍ଲୀରେ ରେଜିଷ୍ଟ୍ରେସନ ହୋଇଥିବା ଟ୍ରଷ୍ଟରେ ବିଜୁ ଜନତା ଦଳର ୪ ହଜାର କୋଟି ଟଙ୍କା ଭି.କେ ପାଣ୍ଡିଆନ ଓ ସଂତୃପ୍ତ ମିଶ୍ର ନିଜ ମାଲିକାନାକୁ ନେଇଗଲେ । ତାଙ୍କର ଏହି ବକ୍ତବ୍ୟକୁ ଗୋଟିଏ ଶବ୍ଦରେ କହିବାକୁ ଗଲେ ଏହା ହେଉଛି ପାଗଳର ପ୍ରଳାପ । ନିଜେ ନବୀନ ବାବୁ ସ୍ପଷ୍ଟ କରିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ଏବଂ ପରିବାରର ଭାଇ, ଭଉଣୀ ସମସ୍ତଙ୍କ ଜଣାନ୍ତରେ ଏ ଟ୍ରଷ୍ଟ ଗଠନ କରାଯାଇଛି । ନବୀନ ବାବୁ ନିଜସ୍ୱ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଟ୍ରଷ୍ଟକୁୁ ଦେଇଛନ୍ତି । ଏହା ହେଉଛି ଚିରାଚରିତ ସତ୍ୟ । ଟ୍ରଷ୍ଟରେ ଦଳର ୪ ହଜାର କୋଟି ଟଙ୍କା ଥିବା କହି ପ୍ରଭାତ ବିଶ୍ୱାଳ ଜନସାଧାରଣଙ୍କୁ ଭ୍ରମିତ କରିବାର ମନ୍ଦ ଉଦେ୍ଦଶ୍ୟ ଆଜି ପ୍ରମାଣିତ ହୋଇଛି । ବିଜୁ ବାବୁ ‘ୟୁନିସ୍କୋ’ ଭଳି ସାଇଣ୍ଟିଫିକ୍ ଆୱାର୍ଡ଼ କରିଥିଲେ, କିନ୍ତୁ ତାକୁ ଏ ସରକାର ବନ୍ଦ କରିଦେଲେ । ସେହି କାମକୁ ଆଗକୁ ନେବା ପାଇଁ ଏ ଟ୍ରଷ୍ଟ ଗଠନ କରାଯାଇଛି, କାହାର ହରିଲୁଟ୍ ପାଇଁ ଏ ଟ୍ରଷ୍ଟ ଗଠନ କରାଯାଇନି । ନବୀନ ବାବୁ ଓ ବିଜୁ ବାବୁ ସର୍ବଦା ଲୋକଙ୍କ ସେବା କରୁଥିଲେ । ତାଙ୍କର କଟକସ୍ଥିତ ବାସଭବନ ଲୋକଙ୍କ ସେବାରେ ସମର୍ପିତ ହୋଇଛି । ବିଜୁ ଜନତା ଦଳ ସର୍ବଦା ଓଡ଼ିଶାବାସୀଙ୍କ ଲୋକପି୍ରୟ ଦଳ ହୋଇ ରହିଆସିଛି ଏବଂ ଆଗାମୀ ଦିନରେ ରହିବ । ପ୍ରଭାତ ବିଶ୍ୱାଳ ଯେତେ ଚେଷ୍ଟା କଲେ ବି ଦଳକୁ ଦୁର୍ବଳ କରିପାରିବେନି । ତାଙ୍କର ଏହି ହୀନ କାର୍ଯ୍ୟ ପାଇଁ ଓଡ଼ିଶାବାସୀ ଆଗାମୀ ଦିନରେ ତାଙ୍କୁ ଉଚିତ୍ ଜବାବ ଦେବେ ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ