ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ ନିର୍ମାଣଧୀନ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟରେ ୧୯୧ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ ରହିଛି । ୩୬୫୨ଟି ସୋଲାର ପ୍ରକଳ୍ପ କାର୍ୟ୍ୟାନ୍ୱୟନ ସ୍ଥିତିରେ ରହିଛି । ୨୦୨୫ ଅକ୍ଟୋବର ସୁଦ୍ଧା ୭୫୨ଟି ଏକକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେପ୍ଟେମ୍ବର ୨୦୨୫ ସୁଦ୍ଧା ଧାର୍ୟ୍ୟ ଲକ୍ଷ୍ୟ ଥିବା ସମସ୍ତ ୩୬୫୨ ଗ୍ରାମକୁ ସୌରଶକ୍ତି ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ନିର୍ମାଣଧୀନ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ । ରାଜ୍ୟରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସଂପର୍କରେ ସମୀକ୍ଷା ବେଳେ ଏହି ସୂଚନା ମିଳିଛି ।
ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟରେ କାର୍ୟ୍ୟକାରୀ ହେଉଥିବା ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି, “ପାନୀୟ ଜଳ ହେଉଛି ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା । ମୁଖ୍ୟମନ୍ତ୍ରୀ ସବୁ ଗାଁକୁ ପିଇବା ପାଣି ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଉଛନ୍ତି । ସମସ୍ତଙ୍କୁ ପିଇବା ପାଣି ସୁବିଧା ଯୋଗାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହାକୁ ଦୃଷ୍ଟିରେ ରଖି ବିଭାଗ ତଥା ଜିଲ୍ଲାପାଳମାନେ ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ୟ୍ୟକୁ ନିଷ୍ଠାର ସହ ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ସବୁ ଗାଁ ଏବଂ ଘରକୁ ପାନୀୟ ଜଳ ପହଞ୍ଚେଇବା ପାଇଁ ରାଜ୍ୟର ଯୋଜନା ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ତଥ୍ୟ ଉପସ୍ଥାପନ କରାଯାଇଛି ।”

“ରାଜ୍ୟରେ ଭୂତଳ ଜଳଭିତ୍ତିକ ବୋର କୂପ, ଓଭରହେଡ ଟାଙ୍କି, ଆବଣ୍ଟିତ ପାଇପ ଲାଇନ, ଘରୋଇ ଟ୍ୟାପ ସଂଯୋଗ ଜରିଆରେ ଏକକ ଗାଁ ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି । ଏଥିରେ ଅଦ୍ୟବଧି ୧୮,୬୭୭ଟି ପ୍ରକଳ୍ପ ସଂସ୍ଥାପିତ ହୋଇଥିବା ବେଳେ ୧୨୮୯ଟି ନିର୍ମଣାଧିନ ରହିଛି । ୧୬ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଶେଷ ହୋଇଥିବା ବେଳେ ୧୯୧ଟି ନିର୍ମାଣଧୀନ ରହିଛି । ସେହିପରି ୪୮୫୫ଟି ସୋଲାର ପ୍ରକଳ୍ପ ସରିଥିବା ବେଳେ ୩୬୫୨ଟି କାର୍ୟ୍ୟାନ୍ୱୟନ ସ୍ଥିତିରେ ରହିଛି । ଜୁନ ୨୦୨୫ ସୁଦ୍ଧା ୨୩୮ଟି ଏବଂ ଅକ୍ଟୋବର ସୁଦ୍ଧା ୭୫୨ଟି ଏକକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ”

ସେ ଆହୁରି ମଧ୍ୟ କହିଛନ୍ତି,” ଆଗାମୀ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଧାର୍ୟ୍ୟ ଲକ୍ଷ୍ୟ ଥିବା ସମସ୍ତ ୩୬୫୨ ଗ୍ରାମକୁ ସୌରଶକ୍ତି ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଛି । ନିର୍ମାଣଧୀନ ଥିବା ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ପର୍ୟ୍ୟାୟ କ୍ରମେ ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ ବୋଲି ବିଭାଗ ପକ୍ଷରୁ ଧାର୍ୟ୍ୟ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ଜିଲ୍ଲାରେ ନର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ଓ ସଂପୂର୍ଣ୍ଣ ହେବାକୁ ଥିବା ଧାର୍ୟ୍ୟ ସମୟ ସଂପର୍କରେ ଆଲୋଚନା ହୋଇଛି । ବିଭିନ୍ନ ନିର୍ମାଣକାରୀ ସଂସ୍ଥାକୁ ପାନୀୟ ଜଳ ପ୍ରକଳ୍ପ ଶେଷ କରିବାକୁ କାର୍ୟ୍ୟାଦେଶ ଦିଆଯାଇଛି । ସେମାନଙ୍କ ସହିତ ଚୁକ୍ତି କରାଯାଇଛି । ବିଭିନ୍ନ ପ୍ରମୁଖ ମେଗା ପାନୀୟ ଜଳ ପ୍ରକଳ୍ପରୁ କେଉଁ ବ୍ଲକର କେଉଁ ଗ୍ରାମ ସବୁ ଉପକୃତ ହେଉଛନ୍ତି, ସେ ସଂପର୍କରେ ଅନୁଧ୍ୟାନ କରାଯାଇଛି ।”
ବିଭିନ୍ନ ପାନୀୟ ଜଳ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବା ପାଇଁ ରହୁଥିବା ବିଦ୍ୟୁତ ଶକ୍ତି ସଂଯୋଗୀକରଣ ସମସ୍ୟା, ପରିବେଶ ମଞ୍ଜୁରୀ ସଂପର୍କିତ କାର୍ୟ୍ୟ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳ ସଂପଦ, ରାଜସ୍ୱ, ରେଳ ବିଭାଗ, ଜାତୀୟ ରାଜପଥ ସଂପର୍କିତ ସମସ୍ୟାର ସମାଧାନ ପାଇଁ ସହଯୋଗର ଆବଶ୍ୟକତା ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବା ପାଇଁ ଯେଉଁ ସମସ୍ୟା ରହୁଛି, ସେ ସଂପର୍କରେ ପ୍ରତି ମାସରେ ଜିଲ୍ଲାସ୍ତରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ନିୟମିତ ସମୀକ୍ଷା କରାଯାଉଥିବା ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି । ବିଭାଗ ତରଫରୁ ଏ ନେଇ ନିୟମିତ ଭାବରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଉଥିବା ବିଭାଗୀୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ବିଭିନ୍ନ ମେଗା ପାନୀୟ ଜଳ ପ୍ରକଳ୍ପ ଓ ଅନ୍ୟ ପାନୀୟ ଜଳ ପ୍ରକଳ୍ପର ସ୍ଥିତି ଓ କାର୍ୟ୍ୟ ଅଗ୍ରଗତି ଅନୁଧ୍ୟାନ ପାଇଁ କ୍ଷେତ୍ର ପରିଦର୍ଶନ ନିମନ୍ତେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହ ବିଡିଓମାନଙ୍କ ସଂପୃକ୍ତିକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଜିଲ୍ଲାରେ ଭାରତ ସରକାରଙ୍କ ଜଳ ଜୀବନ ମିଶନ କାର୍ୟ୍ୟକାରିତା ସଂପର୍କରେ ସମୀକ୍ଷା ହୋଇଛି । ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରୀଶ ଏସ. ଏନ, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭିସି ଜରିଆରେ ଯୋଗ ଦେଇଥିଲେ । ବୈଠକ ପରେ କମିଶନର ଏବଂ ନିର୍ଦ୍ଦେଶକ ଦ୍ୱୟ ସମସ୍ତ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ପ୍ରକଳ୍ପ କାର୍ୟ୍ୟକାରିତା ନେଇ ରହୁଥିବା ସମସ୍ୟା ଓ ସମାଧାନ ସଂପର୍କରେ ଜିଲ୍ଲାଓ୍ୱାରୀ ଆଲୋଚନା କରିଛନ୍ତି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ