son killed his mother ମା’ଶବ ଲୁଚାଇବାକୁ ସ୍ଲାବ ତଳେ ପଲସ୍ତରା କରିଦେଲା ପୁଅ

ପୁରୀ : ମା’କୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବା ପାଇଁ ଶବକୁ ରୋଷେଇ ଘର ଥାକରେ ପ୍ଲାଷ୍ଟର୍‌ କରିଦେଲା। ‘ଦୃଶ୍ୟମ୍‌’ ଚଳଚ୍ଚିତ୍ରର କାହାଣୀ ଭଳି ପୁରୀ ସହରର କୁମ୍ଭାରପଡ଼ା ଅଞ୍ଚଳରୁ ଏଭଳି ଏକ ଲୋମଟାଙ୍କୁରା ଘଟଣା ଆଜି ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ ପୁଅ ମଦନ ଦଳେଇ (୪୩) ଫେରାର୍‌ ହୋଇଯାଇଥିବାରୁ ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ମଦନର ଘର ଗଞ୍ଜାମ ଜିଲାର ବୋଲି ସୂଚନା ମିଳିଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମା’ ପ୍ଲାଷ୍ଟର୍‌ ହୋଇଥିବା ସ୍ଥାନକୁ ଭଙ୍ଗା ଚାଲିଛିି। ସେହିପରି, କୁମ୍ଭାରପଡ଼ା‌ ଥାନା ପୁଲିସ ଓ ଫରେନସିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ, ଉଭୟ ମା’-ପୁଅ ଏଠାରେ ଭଡ଼ାରେ ରହୁଥିଲେ। ଘର ମାଲିକ ସେମାନଙ୍କ ଆଧାରକାର୍ଡ ରଖି ନଥିବାରୁ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ।
ପୁଲିସ ସୂଚନା ଅନୁଯାୟୀ, ୨ ମାସ ତଳେ ମା’-ପୁଅ କୁମ୍ଭାରପଡ଼ା ଥାନା ଆନ୍ତର୍ଗତ ମସଜିଦ୍‌ ନିକଟ ଗଳିରେ ଥିବା ରବିନାରାୟଣ ସାହୁଙ୍କ ଘରେ ଭଡ଼ାରେ ରହିଥିଲେ। ସେହି ଘରେ ଅନ୍ୟ ୮ଟି ପରିବାର ଭଡ଼ାରେ ଅଛନ୍ତି। ଶନିବାରଠାରୁ ମା’-ପୁଅଙ୍କ ଦେଖାଦର୍ଶନ ନ ମିଳବାରୁ ଏବଂ ରୋଷେଇଘରେ ପ୍ଲାଷ୍ଟର୍‌ ହୋଇଥିବା ସ୍ଥାନରୁ ଦୁର୍ଗନ୍ଧ ବାହାରିବାରୁ ସାହିପଡ଼ିଶାଙ୍କ ସନ୍ଦେହ ହୋଇଥିଲା। ଏ ସଂପର୍କରେ ଘର ମାଲିକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ କୁମ୍ଭାରପଡ଼ା ଥାନାଧିକାରୀ ବିଜୟ କେତନ ବେହେରା ସେଠାରେ ପହଞ୍ଚି ପଚରାଉଚରା ଜାରି ରଖିଛନ୍ତି। ରୋଷେଇ ଘରେ ପ୍ଲାଷ୍ଟର୍‌ ହୋଇଥିବା ସ୍ଥାନକୁ ଖୋଳିବା ପରେ ଭିତରୁ ମା’ଙ୍କର ମୃତଦେହ ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ପୁଲିସ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛି। ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ ଏହି ଘଟଣା ୩ରୁ ୪ଦିନ ତଳୁ ଘଟିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନି। ସବୁଦିଗରୁ ପୁଲିସ ତଦନ୍ତ କରୁଛି। ଅଭିଯୁକ୍ତ ଗିରଫଦାରୀ ପରେ ହତ୍ୟାର କାରଣ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

  • Related Posts

    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading
    ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ

    ୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ