ମା’, ଝିଅ ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ  ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ବୃଦ୍ଧା ମା’ ଓ ଝିଅ।ମୃତା ମା’ଝିଅଦ୍ୱୟ ହେଲେ ୯୦ ବର୍ଷୀୟା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ଝିଅ ୬୨ ବର୍ଷୀୟା ସୈରେନ୍ଦ୍ରି ଦୀକ୍ଷିତ ।
ଗତ ରାତିରେ ମା’ ଝିଅ ହାଟପଦାସ୍ଥିତ ନିଜ ଘରର ଉପର ମହଲାରେ ଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। କେବଳ ଉପର ମହଲାରେ ହିଁ ନିଆଁ ଲାଗିଥିବା ବେଳେ ମା’ଝିଅ ତା’ ଭିତରୁ ବାହାରି ନ ପାରି ଚିତ୍କାର କରିଥିଲେ। ଆଖପାଖ ଲୋକେ ଏହା ଶୁଣି ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ମା’ଝିଅକୁ ଭିତରୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଉଭୟ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ।
ଉଭୟ ମା’ ଝିଅ ରହୁଥିବା ବିଲ୍ଡିଂର ତଳ ମହଲା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଉପର ମହଲାରେ କିପରି ନିଆଁ ଲାଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ବିଦ୍ୟୁତ୍‌ ସର୍ଟ ସର୍କିଟଜନିତ ଦୁର୍ଘଘଟଣା ନା ଏହା ପଛରେ ଆଉ କିଛି ଷଡଯନ୍ତ୍ର ଅଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଏଥିସହ ଉଭୟଙ୍କ ପରିବାରରେ ଆଉ କିଏ କିଏ ସଦସ୍ୟ ଅଛନ୍ତି, ସେମାନେ କେଉଁଠି ଅଛନ୍ତି ଓ ମା’ ଝିଅଙ୍କ ସହ ସେମାନଙ୍କ ସମ୍ପର୍କ କିପରି ଅଛି ତାହାର ବି ତଦନ୍ତ କରୁଛି ପୁଲିସ୍‌।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ