ମା ରମ୍ଭାଦେବୀଙ୍କ ଯାତ୍ରା,ବହୁ ଶ୍ରଦ୍ଧାଳୁଙ୍କ ସମାଗମ

ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ବାସୁଦେବପୁର ଗ୍ରାମରେ ମାଆ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଜାତି ଧର୍ମ ନିର୍ବିଶେଷରେ ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା।ସୂଚନା ଅନୁଯାୟୀ,ଅରଣ୍ୟବେଷ୍ଟିତ ପାହାଡ ଗୁମ୍ଫାରେ ମା ପୂଜା ପାଇଆସୁଥିବାବେଳେ ପ୍ରତ୍ୟହ ମାଙ୍କ ପାଖରେ ପଂହଚି ପୂଜାର୍ଚ୍ଚନା ସମ୍ଭବ ନଥିବାରୁ ସୁଗୁଡା ଗ୍ରାମରେ ମାଆଙ୍କର ଏକ ଆସ୍ଥାନ ସ୍ଥାପନା କରାଯାଇ ସେଠାରେ ପ୍ରତ୍ୟହ ପୂଜାର୍ଚ୍ଚନାକରାଯାଏ ଓ କେତେକ ନିର୍ଦ୍ଧିଷ୍ଟ ତିଥିରେରେ ମାଙ୍କ ପୀଠରେ ପହଂଚି ଦେହୁରୀ ତଥା ପୂଜକ ପୂଜାର୍ଚ୍ଚନା କରିଥାନ୍ତି।ସେହି ପ୍ରଥା ଅନୁଯାୟୀ,ଆଜି ସକାଳେ ପ୍ରଥମେ ସୁଗୁଡାରେ ଥିବା ମାଙ୍କ ଆସ୍ଥାନରେ ପ୍ରଥମେ ପୁଜାର୍ଚ୍ଚନା କରାଯାଇଥିଲା।ପରେ ଦେହୁରୀଙ୍କ ସହ ଶ୍ରଦ୍ଧାଳୁମାନେ ପାହାଡି ରାସ୍ତା ଦେଇ ମାଙ୍କ ପୀଠଥିବା ପାହାଡ ଗୁମ୍ପାରେ ପହଂଚି ମାଙ୍କ ପୁଜାର୍ଚ୍ଚନା କରିବା ସହ ପଶୁ ପକ୍ଷୀବଳି ଦିଆଯାଇଥିଲା।ମାଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମରେଏହି ପର୍ବତ ଖୋଳ ଦିନଟିଏ ପାଇଁ ଲୋକାରଣ୍ୟ ହେବା ସହିତ ବହୁ ଦୋକାନବଜାର ପଡିଥିଲା। ବିଧାୟକ ‌ରୋମାଞ୍ଚ ରଞ୍ଜନ ବିଶ୍ବାଳ ଯୋଗ ଦେଇ ମାଙ୍କ ଦର୍ଶନ କରିଥିଲେ।ଶ୍ରଦ୍ଧାଳୁ ମାନଙ୍କୁ ପାଇଁ ବିଜେଡି ପକ୍ଷରୁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।ସେହିପରି ଧର୍ମେନ୍ଦ୍ର ପ୍ରଧାନ ଫେନ କ୍ଳବ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗ ଏବଂ ଦହି ପାଣି ବଣ୍ଟନ କରାଯାଇଥିଲା।କ୍ଲବର ଆବାହକ ତଥା ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତିଲେଇବଣି ପଂଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ମୁଖ୍ୟଅତିଥି, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ପୂର୍ବ ଜିଲ୍ଲାପରିଷଦ ସଭାପତି ରଣଜିତ ପଟେଲ ,ବିଜେପି ନେତା ଯୋଗେଶ ଚନ୍ଦ୍ର ପ୍ରଧାନ, ବିରଞ୍ଚି ନନ୍ଦ,ପ୍ରୀତି ପରମିତା ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଏହାକୁ ଉଦଘାଟନ କରିଥିଲେ।ଏଥିରେ ସାବିତ୍ରୀ ଭୋଜ, ନୀଳମଣି ଆଚାର୍ଯ୍ୟ, ବିଶେଶ୍ବର ଦ୍ବିବେଦୀ, ସୁଶୀଲ ଭୋଇ, ମକରଧ୍ବଜ ହସ୍ତୀ, ପଙ୍କଜ ପାତ୍ରଙ୍କ ସମେତ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ।ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

  • Related Posts

    puri temple ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

    ପୁରୀ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ…

    Continue reading
    ପାରିବାରିକ କଳହ, ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

    ଭୁବନେଶ୍ୱର : ବିଷ ପିଇଦେଲେ ଦମ୍ପତି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଭୁବନେଶ୍ବର ଖଣ୍ଡଗିରି ଥାନା ବାରଭୁଜା ବସ୍ତିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ କେନ୍ଦୁପଲ୍ଲି ଅଞ୍ଚଳର ସ୍ବପ୍ନା ପାତ୍ର । ଗୁରୁତର ଜିତେନ୍ଦ୍ର ପାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ