ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସହ ସଂସଦୀୟ କ୍ଷେତ୍ରର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନେଇ ଆଲୋଚନା କରିଛନ୍ତି । ପୂର୍ବରୁ ଦିଆଯାଇଥିବା ୧୮ଟି ପ୍ରସ୍ତାବ ମଧ୍ୟରୁ ୧୧ଟି ପ୍ରକଳ୍ପର କାର୍ଯ୍ୟ ଚାଲିଥିବାରୁ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଅନ୍ୟ ୭ଟି ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଖଣ୍ଡଗିରି ନିକଟସ୍ଥ OHHDPC କ୍ୟାମ୍ପସକୁ ଅସ୍ଥାୟୀ ଭାବେ NGMAର ପୂର୍ବାଞ୍ଚଳ କେନ୍ଦ୍ର ପାଇଁ ଉପଯୁକ୍ତ ସ୍ଥାନ ବୋଲି ଜଣାଇ ଉକ୍ତ କ୍ୟାମ୍ପସକୁ NGMAକୁ ଅସ୍ଥାୟୀ ଭାବେ ପ୍ରଦାନ କରିବା, ପଳାଶୁଣୀ-ପାଣ୍ଡରାରେ ଆଧୁନିକ ହୋଲସେଲ୍ ମାଛ ମାର୍କେଟ୍, ଜଟଣୀ ବିଞ୍ଝାଗିରିରେ Central Research Institute of Yoga and Naturopathy (CRIYN) ପ୍ରତିଷ୍ଠା, ମା’ ଉଗ୍ରତାରା ମନ୍ଦିରର ବିକାଶ, ରାଜୁଆ Diversion Weir Projectର କାର୍ଯ୍ୟ, ଦୟା ନଦୀର ପାଣ୍ଡିଆବିଲି ବିଭାଜନ ସ୍ଥାନରେ ଅସ୍ଥାୟୀ Cross-bund ନିର୍ମାଣ, ସହିଦନଗର ହାଟ ପାଇଁ ୨ ଏକର ସରକାରୀ ଜମି ଆବଣ୍ଟନର ପ୍ରସ୍ତାବ, ଭୁବନେଶ୍ୱରରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩୭ଟି ରାସ୍ତା କାମର ଯୋଜନା, ୫ ଏକର ଜମିରେ ୧୬୫କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଟେଣ୍ଡର ପ୍ରମୁଖ ରହିଛି ।
ଏଥିସହିତ ଆସନ୍ତା ୨୦୨୭ସୁଦ୍ଧା ବୋଲଗଡ଼-ବେଗୁନିଆକୁ NAC ମାନ୍ୟତା ପ୍ରଦାନ, ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ବିକାଶ, ଜଟଣୀ ମୁନିସିପାଲିଟିର ଉଠାଦୋକାନୀମାନଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଭେଣ୍ଡିଂ ଜୋନ୍ ଆଦି ପାଇଁ ସରକାରଙ୍କ ସହଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ଅନ୍ୟ କିଛି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିନଥିବା ବେଳେ, ତାହାର କାରଣ ଓ ନିରାକରଣ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଏହି ପଦକ୍ଷେପଗୁଡ଼ିକ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶକୁ ଆହୁରି ଗତିଶୀଳ କରିବା ସହିତ ଜନସାଧାରଣଙ୍କୁ ଉନ୍ନତ ସୁବିଧା ଓ ସେବା ପ୍ରଦାନରେ ସହାୟକ ହେବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

  • Related Posts

    ବିଜୟଙ୍କୁ ଭେଟିଲେ ଅମିତ ଶାହା

    ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦକ୍ଷିଣାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଯୋଗଦେବା ପାଇଁ ଚେନ୍ନାଇରେ ପହଞ୍ଚିଥିବା ଗୃହମନ୍ତ୍ରୀ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ସ୍ୱାଗତ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା…

    Continue reading
    ଭୋଟର୍‌ ତାଲିକାରୁ ବାଦ୍ ପଡ଼ିବେ ୨୪ ଲକ୍ଷ ୩୩ ହଜାର ୫୪୫ !

    ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ବୁଧବାର ସମାପ୍ତ ହୋଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ନୋଟିସ୍‌ ପର୍ଯ୍ୟାୟ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ