ମୁଖ୍ୟମନ୍ତ୍ରୀ ଏବଂ ବେଦାନ୍ତ ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଯେପରି ଠିକ୍ ସମୟରେ କାର୍ଯ୍ୟକାରି ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।
ଓଡ଼ିଶାରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରି ବେଦାନ୍ତ ରାଜ୍ୟରେ ଏକ ବୃହତ୍ ପୁଞ୍ଜିନିବେଶକାରୀ ଭାବେ ପରିଗଣିତ ହେଉଛି। ରାୟଗଡ଼ା ଜିଲ୍ଲାରେ ୬୦ ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନେରୀ, ଢେଙ୍କାନାଳ ଜିଲ୍ଲାରେ ୩୦ ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନିୟମ୍ ସ୍ମେଲ୍ଟର ଏବଂ ୬୦୦୦ ମେଗାୱାଟ୍ ବିଶିଷ୍ଟ ବିଦ୍ୟୁତ୍ ପ୍ରକଳ୍ପ, ଡାଉନ୍ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ, କୋଇଲା ଏବଂ ବକ୍ସାଇଟ୍ ସମନ୍ୱିତ ଶିଳ୍ପ ଇତ୍ୟାଦି ବେଦାନ୍ତ ପକ୍ଷରୁ ଓଡ଼ିଶାରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି ।
ଏହି ସମସ୍ତ ପ୍ରକଳ୍ପ ମିଳିତ ଭାବେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ। ଏରୋସ୍ପେସ୍, ଇଲେକ୍ଟ୍ରିକ୍ ଭେହିକିଲ୍ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ର ପାଇଁ ଅତ୍ୟାଧୁନିକ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବେଦାନ୍ତ ଏହାର ସ୍ମେଲ୍ଟର ନିକଟରେ ଡାଉନ୍ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ ସ୍ଥାପନ କରିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଓଡ଼ିଶା ବିଶ୍ୱର ସବୁଠାରୁ ବଡ଼ ଆଲୁମିନିୟମ୍ ଉତ୍ପାଦନ ହବ୍ ଭାବରେ ପରିଚୟ ସୃଷ୍ଟି କରିପାରିବ । ଏହାଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ହଜାର ହଜାର ନୂତନ ଏମ୍ଏସ୍ଏମ୍ଇ (MSME) ସୃଷ୍ଟି ହୋଇପାରିବ।
ଢେଙ୍କାନାଳରେ ବିଦ୍ୟୁତ୍ ପ୍ରକଳ୍ପ ଓ ସ୍ମେଲ୍ଟର ଏବଂ ରାୟଗଡ଼ାରେ ଆଲୁମିନା ରିଫାଇନେରୀ ପ୍ରକଳ୍ପ ପାଇଁ ଜମି ଆବଣ୍ଟନ କରାଯାଇଛି। ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ ମଧ୍ୟ ଠିକ୍ ଭାବେ ଚାଲିଛି । କମ୍ପାନୀର ନୂତନ କୋଇଲା ବ୍ଲକ ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ, ଏହାର ଆଗାମୀ ବକ୍ସାଇଟ୍ ଖଣି ନିକଟରେ ଏକ ପ୍ରସ୍ତାବିତ ରେଳ ସଂଯୋଗକୁ ମଧ୍ୟ ରେଳ ମନ୍ତ୍ରଣାଳୟ ଦ୍ୱାରା ମଞ୍ଜୁରୀ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବେଦାନ୍ତର ଏହି ପୁଞ୍ଜିନିବେଶ ଆମ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ବେଦାନ୍ତର ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରାଯାଇ ଠିକ୍ ସମୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆଯିବ । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବା ପାଇଁ ଆମର ଯାତ୍ରାକୁ ଏହି ସବୁ ପ୍ରକଳ୍ପ ଗୁଡ଼ିକ ଆହୁରି ତ୍ୱରାନ୍ୱିତ କରିବ।ପ୍ରକଳ୍ପର ଅଗ୍ରଗତି ଉପରେ ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ କହିଥିଲେ ଯେ, ଆମର ଆଗାମୀ ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଅର୍ଥନୀତି ଉପରେ ଏକ ବଡ଼ ପରିବର୍ତ୍ତନ ଆଣିବ, ଯାହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ସହ ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ଶକ୍ତିଶାଳୀ କରିବ ଏବଂ ଏକ ଭବିଷ୍ୟତ-ଉପଯୋଗୀ ଶିଳ୍ପ ହବ୍ ଗଠନ କରିବାରେ ସହାୟକ ହେବ।ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସହିତ ବେଦାନ୍ତ ଗ୍ରୁପ୍ର ଅଧିକାରୀମାନେ ଉପସ୍ଥିତ ଥିଲେ ।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ