ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌, ୨୯ରୁ ଅନ୍‌ଲାଇନ ଆବେଦନ

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ଅନୁସନ୍ଧାନ ଓ ଅଭିନବୀକରଣ ଛାତ୍ରବୃତ୍ତି ଯୋଜନା (ଏମ୍‌ଆର୍‌ଆଇପି) ଅଧୀନ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୨୯ ତାରିଖରୁ ଏଥିପାଇଁ ଆବେଦନ ଆରମ୍ଭ ହେବ । ଜୁନ୍‌ ୨୪ ତାରିଖ ଯାଏ ଅନ୍‌ଲାଇନ ଆବେଦନ ହେବ । ଜୁନ୍‌ ୨୫ରେ ଆବେଦନ ପତ୍ର ସଂଶୋଧନର ସୁଯୋଗ ମିଳିବ । ଓଡି଼ଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି)କୁ ସାମ୍‌ସ ପକ୍ଷରୁ ସମସ୍ତ ଆବେଦନକାରୀଙ୍କ ପତ୍ର ପ୍ରଦାନ କରାଯିବ । ଏହାପରେ ଓଏସ୍‌ଏଚ୍‌ଇସି ପକ୍ଷରୁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ମେଧାତାଲିକା ପ୍ରକାଶ ପାଇବ । ଏନେଇ ସମସ୍ତ ସୂଚନା ସାମ୍‌ସ ୱେବ୍‌ସାଇଟ୍‌ www.samsodisha. gov.in ରେ ଉପଲବ୍ଧ ରହିଛି ।
ଏହି ଛାତ୍ରବୃତ୍ତିର ମୁଖ୍ୟ ଲକ୍ଷ୍ୟ ହେଉଛି, ଶିକ୍ଷାର୍ଥୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ବିଜ୍ଞାନ ଓ ହ୍ୟୁମାନଟାଇଜ୍‌ କ୍ଷେତ୍ରରେ ଅଧିକ ଗବେଷଣା କରିବାକୁ ସୁଯୋଗ ଦେବା । ପ୍ରତିବର୍ଷ ୩୦୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍‌ ଦିଆଯିବ । ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁଥିବା ଶିକ୍ଷାର୍ଥୀମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ଆବେଦନ କରିପାରିବେ ।

ଆବେଦନକାରୀ ସ୍ନାତକ, ସ୍ନାତକୋତ୍ତର ପ୍ରଥମ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିବା ବାଧ୍ୟତାମୂଳକ । ଆବେଦନକାରୀଙ୍କୁ ୩୫ ବର୍ଷରୁ ଅଧିକ ବୟସ ହୋଇନଥିବ । ଆବେଦନକାରୀ ପ୍ରି-ପିଏଚ୍‌ଡି କୋର୍ସ ୱାର୍କ ଯେକୌଣସି ବିଶ୍ୱବିଦ୍ୟାଳୟରେ କରିଥିବେ । ସେ ଅନ୍ୟ କୌଣସି ଆର୍ଥିକ ସହାୟତା ପାଉନଥିବେ । ଓଡ଼ିଶାର ବାସିନ୍ଦା ହୋଇଥିବେ । ଏହି ଫେଲୋସିପ୍‌ର ସୀମା ୪ବର୍ଷ ରହିବ । ଯଦି ସ୍କଲାର ଏକବର୍ଷ ପାଇଁ ଆଉ ବୃଦ୍ଧି କରିବାକୁ ଚାହାଁନ୍ତି ତେବେ ଓଏସ୍‌ଏଚ୍‌ଇସିର ଅନୁମୋଦନ ଆଣିପାରିବେ । ସ୍କଲାର ପ୍ରତିବର୍ଷ ନିଜର ରିପୋର୍ଟ ପ୍ରଦାନ କରିବେ । ମାସିକ ୩୦ହଜାର ଟଙ୍କାର ଛାତ୍ରବୃତ୍ତି ମିଳିବ । କଣ୍ଟିଜେନ୍ସି ଅର୍ଥ ଭାବେ ବିଜ୍ଞାନ ବିଭାଗ ଅର୍ଥାତ୍‌ ପ୍ରାକ୍ଟିକାଲ ବିଷୟ ଥିବା ଶିକ୍ଷାର୍ଥୀଙ୍କୁ ୫୦ହଜାର ଓ ନନ୍‌ ପ୍ରାକ୍ଟିକାଲ ବିଷୟର ଶିକ୍ଷାର୍ଥୀଙ୍କୁ ୩୦ହଜାର ଟଙ୍କା ଦିଆଯିବ ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ