
ମୁମ୍ବାଇ: ପ୍ରବଳ ବର୍ଷା କାରଣରୁ ଆଜି(ବୁଧବାର) ମୁମ୍ବାଇ କୁର୍ଲା ଅଞ୍ଚଳର ଚିରାଗ ନଗରରେ ଭୂସ୍ଖଳନ ହୋଇଛି । ଏଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6ରୁ8 ଜଣ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ତେବେ ପ୍ରବଳ ବର୍ଷା କାରଣରୁ ଆଜି ଭୋର ପ୍ରାୟ 3.48 ମିନିଟ ସମୟରେ ଚିରାଗ ନଗର ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ NDRF, ଅଗ୍ନିଶମ ବାହିନୀ, ସ୍ଥାନୀୟ ପୋଲିସ, 108 ଆମ୍ବୁଲାନ୍ସ ପହଞ୍ଚିଥିଲେ । ଆମ୍ବୁଲାନ୍ସ ଜରିଆରେ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ସୋହେଲ ଅନସାରୀ(18), ମହମ୍ମଦ ଅନସାରୀ(14) ଚିକିତ୍ସିତ ହେଉଛନ୍ତି ।
ତେବେ ଗୌସିୟା ଚୌଲ ସ୍ଥିତ ରାଠୋଡ ମେଡିକାଲ ନିକଟରେ ଏହି ଭୂସ୍ଖଳନ ଘଟିଥିଲା । ତେବେ ଉଦ୍ଧାରକାରୀ ଟିମ୍ 2ଟି ମୃତଦେହ ଉଦ୍ଧାର କରିଛନ୍ତି । ଆହୁରି 6ରୁ 8 ଦବି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ତେବେ ରେସକ୍ୟୁ ଅପରେସନ ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଗତକାଲି ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି । ଫଳରେ କୁର୍ଲାର ଗୌସିୟା ଚୌଲ ଅଞ୍ଚଳରେ ପାହାଡର ଏକ ଅଂଶ ଭୁଶୁଡି ପଡିଥିଲା । ତେବେ ଡିସିପି ଗଣେଶ ସିନ୍ଧେଙ୍କ ସୂଚନା ଅନୁଯାୟୀ, ‘ବର୍ଷା କାରଣରୁ ଘାଟକୋପର ଥାନା ଅଞ୍ଚଳରେ ଥିବା ଅଶୋକନଗର ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏଥିରେ ବିଏମସି, ଏନଡିଆରଏଫ ଓ ଅନ୍ୟ ସଂସ୍ଥାର ଅଧିକାରୀ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । ତେବେ 6ରୁ8ଲୋକ ଫସିରହିଥିବା ସମ୍ଭାବନା ରହିଛି ।




