ମୁହଁରେ କେକ୍ ବୋଳିବାରୁ ଗୁଳିମାଡ଼, ୩ ମୃତ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହର ଖୁର୍ଜା ନଗରରେ ଏକ ଜନ୍ମଦିନ ପାର୍ଟିରେ ହତ୍ୟାକାଣ୍ଡ ଘଟିଛି । ମୁହଁରେ କେକ୍ ବୋଳାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଶେଷରେ ଗୁଳିକାଣ୍ଡ ଯାଏ ପହଞ୍ଚିଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ଅମରଦୀପ ସାଇନି, ମନୀଷ ସାଇନି ଏବଂ ଆକାଶ ସାଇନି । ମୁଖ୍ୟ ଅଭିଯୁକ୍ତ ଜିତୁ ସାଇନି ଅନ୍ୟ ସହଯୋଗୀଙ୍କ ସହ ଫେରାର ଅଛନ୍ତି । ସେଠାରେ ଜିତୁଙ୍କ ଜନ୍ମଦିନ ପାଳନ କରାଯାଉଥିଲା ।

ପୁଲିସ ସୂଚନା ଅନୁସାରେ, ଜନ୍ମଦିନ ପାଳନ ବେଳେ ଜିତୁଙ୍କ ମୁହଁରେ ତାଙ୍କ ସାଙ୍ଗମାନେ କେକ୍ ବୋଳି ଦେଇଥିଲେ । ଏହା ଜିତୁଙ୍କୁ ଭଲ ଲାଗି ନ ଥିଲା । ଫଳରେ ଜିତୁ ସେମାନଙ୍କୁ ଗାଳି କରିଥିଲେ । ଏହା ପ୍ରବଳ ଯୁକ୍ତିତର୍କର ରୂପ ନେଇଥିଲା । ପରେ ସେଠାରୁ ଗୁଳିର ଶବ୍ଦ ଶୁଭିଥିଲା । ଏ ନେଇ ଜଣେ ସ୍ଥାନୀୟ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସ୍ଥାନୀୟ ଏସ୍ପି ଅନ୍ତରୀକ୍ଷ ଜୈନ କହିଛନ୍ତି । ଅଭିଯୁକ୍ତଙ୍କୁ ଧରିବା ଲାଗି ୬ଟି ଟିମ୍ ଗଠନ କରାଯାଇଛି । କେତେଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ମୃତକଙ୍କ ପରିବାର ଲୋକଙ୍କଠାରୁ ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଇଥିବା ଏସ୍ପି କହିଛନ୍ତି ।

  • Related Posts

    ଦକ୍ଷିଣ ସୁଡାନରେ ବିମାନ ଦୁର୍ଘଟଣା, ଜଳିଗଲେ ୧୪ ଯାତ୍ରୀ

    ନୂଆଦିଲ୍ଲୀ: ଦକ୍ଷିଣ ସୁଡାନରୁ ବର୍ତମାନ ସମୟରେ ଏକ ବଡ଼ ଖବର ଆସୁଛି। ସୋମବାର ଦକ୍ଷିଣ ସୁଡାନର ରାଜଧାନୀ ଉପକଣ୍ଠରେ ଏକ ସେସ୍ନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛି। ରିପୋର୍ଟ ମୁତାବକ ଦୁର୍ଘଟଣାରେ…

    Continue reading
    ଟିଏମ୍‌ସି କର୍ମୀଙ୍କ ଘରୁ ୧୦୦ ବୋମା ଜବତ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

    ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗରେ ବେଆଇନ ଭାବେ ଦେଶୀ ବୋମା ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ବାଚନ କମିଶନ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ବିସ୍ଫୋରକ ସହ ସମ୍ପୃକ୍ତ ମାମଲାର ତଦନ୍ତ ଜାତୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା