‘ମୋତେ ମରିବାକୁ ଭୟ ନାହିଁ’

ନୂଆଦିଲ୍ଲୀ : ହ୍ୱାଇଟ୍‌ ହାଉସ୍‌ର ବାର୍ଷିକ ମିଡିଆ ଡିନର ପାର୍ଟିରେ ଗୁଳିମାଡ଼ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା। ସିବିଏସ୍ ନ୍ୟୁଜ୍ କୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି ଯେ, ଯେତେବେଳେ ଗୁଳିମାଡ଼ ହେଲା ମୁଁ ଏବଂ ଫାର୍ଷ୍ଟ ଲେଡି ମେଲାନିଆ ତଳକୁ ପଡି ଯାଇଥିଲୁ। ହଠାତ୍ କଣ ହେଲା ବୋଲି ମୁଁ ଜାଣିବା ପୂର୍ବରୁ ସିକ୍ୟୁରିଟି ଫୋର୍ସ ତୁରନ୍ତ ଆକ୍ଟିଭ୍ ହୋଇଯାଇଥିଲେ। କଣ ଚାଲିଛି ଜାଣିବା ପାଇଁ ମୁଁ ସେମାନଙ୍କୁ ଧୀରେ ସହ କାମ କରିବାକୁ ବାଧ୍ୟ କଲି। ସୁଟରଙ୍କ ଟାର୍ଗେଟ୍‌ ରେ ଥିଲେ ବୋଲି ଜାଣିଛନ୍ତି କି ନାହିଁ ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ଯେ, ମୋତେ ଜଣା ନଥିଲା। ମୁଁ ଏକ ମେନିଫେଷ୍ଟୋ ପଢିଲି। ସେ ଜଣେ ମୌଳବାଦୀ। ସେ ଜଣେ ଖ୍ରୀଷ୍ଟିଆନ ବିଶ୍ୱାସୀ ଥିଲେ ଏବଂ ତା’ପରେ ସେ ଖ୍ରୀଷ୍ଟିଆନ ବିରୋଧୀ ହୋଇଗଲେ।
ଟ୍ରମ୍ପ ପୁଣି କହିଛନ୍ତି ଯେ, ମୋତେ ମରିବାକୁ ଭୟ ନାହିଁ। ମୁଁ ଜୀବନକୁ ବୁଝିଛି। ଆମେ ଏକ ପାଗଳ ଭରା ଦୁନିଆରେ ରହୁଛେ। ତେବେ ସୁରକ୍ଷା ବ୍ୟବସ୍ଥାକୁ ଟ୍ରମ୍ପ ପ୍ରଶଂସା କରି କହିଛନ୍ତି ଯେ, ଡିନର ପାର୍ଟିରେ ନିୟୋଜିତ ଥିବା ସୁରକ୍ଷା କର୍ମୀ ତାଙ୍କର ଡ୍ୟୁଟି ଭଲ ଭାବରେ ନିର୍ବାହ କରିଛନ୍ତି। ଆକ୍ରମଣକାରୀ ଖୁବ୍ ଦ୍ରୁତ ଥିଲା। ପୂର୍ବରୁ ମୁଁ ଏଭଳି ପରିସ୍ଥିତିର ସାମ୍ନା କରିଛି। ତେବେ ମେଲାନିଆ ଏହି ପରିସ୍ଥିତିକୁ ଭଲ ଭାବରେ ସମ୍ଭାଳି ନେଲେ। ମୁଁ ଏବେ ବ୍ୟସ୍ତ ରହୁଛି। କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଇଚ୍ଛୁକ ନାହିଁ। ହେଲେ ପୁଣି ଥରେ ଡିନର ପାର୍ଟି ଆୟୋଜନ କରିବା ଉଚିତ୍। ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଆମେରିକାରେ ସର୍ବଦା ରାଜନୈତିକ ହିଂସା ଲାଗି ରହିଛି। ଡେମୋକ୍ରାଟିକ୍ ପାର୍ଟିର ହେଟ୍ ସ୍ପିଚ୍ ଦେଶ ପାଇଁ ବିପଦଜନକ।

ସୂଚନା ଅନୁସାରେ, ୱାଶିଂଟନ ଡିସିର ହିଲଟନ ହୋଟେଲରେ ହ୍ୱାଇଟ୍‌ ହାଉସ୍‌ର ବାର୍ଷିକ ମିଡିଆ ଡିନର ପାର୍ଟି ଆୟୋଜନ କରାଯାଇଥିଲା। ବଲ୍‌ରୁମ୍‌ରେ ରାଷ୍ଟ୍ରପତି ଟ୍ରମ୍ପ, ଫାର୍ଷ୍ଟ ଲେଡି ମେଲାନିଆ, ଉପରାଷ୍ଟ୍ରପତି ଜେ.ଡି ଭାନ୍ସ, ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଥ୍‌, ବିଦେଶ ସଚିବ ମାର୍କୋ ରୁବିଓ, ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲଙ୍କ ସମେତ ଟ୍ରମ୍ପଙ୍କ କ୍ୟାବିନେଟର ବହୁ ସଦସ୍ୟ, ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଡିନର ପାର୍ଟିରେ ଯୋଗଦେଇଥିଲେ । ସ୍ଥାନୀୟ ସମୟ ରାତି ୮ଟା ୩୦ ବେଳକୁ ଜଣେ ୩୨ ବର୍ଷୀୟ ଯୁବକ ଟ୍ରମ୍ପ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିବା ବଲ୍‌ରୁମ୍‌କୁ ପ୍ରବେଶ ଉଦ୍ୟମ କରିଥିଲା । କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା କ୍ଷଣି ସେ ପାଖରେ ରଖିଥିବା ସଟଗନ୍‌ରେ ଗୁଳିମାଡ଼ କରିଥିଲା ।

  • Related Posts

    ଦକ୍ଷିଣ ସୁଡାନରେ ବିମାନ ଦୁର୍ଘଟଣା, ଜଳିଗଲେ ୧୪ ଯାତ୍ରୀ

    ନୂଆଦିଲ୍ଲୀ: ଦକ୍ଷିଣ ସୁଡାନରୁ ବର୍ତମାନ ସମୟରେ ଏକ ବଡ଼ ଖବର ଆସୁଛି। ସୋମବାର ଦକ୍ଷିଣ ସୁଡାନର ରାଜଧାନୀ ଉପକଣ୍ଠରେ ଏକ ସେସ୍ନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛି। ରିପୋର୍ଟ ମୁତାବକ ଦୁର୍ଘଟଣାରେ…

    Continue reading
    ଟିଏମ୍‌ସି କର୍ମୀଙ୍କ ଘରୁ ୧୦୦ ବୋମା ଜବତ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

    ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗରେ ବେଆଇନ ଭାବେ ଦେଶୀ ବୋମା ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ବାଚନ କମିଶନ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ବିସ୍ଫୋରକ ସହ ସମ୍ପୃକ୍ତ ମାମଲାର ତଦନ୍ତ ଜାତୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା