
ଦେବଗଡ଼: ଦେବଗଡ଼ ମେରା ଯୁବା ଭାରତ ପକ୍ଷରୁ ସୋମବାର ବାରକୋଟ ବ୍ଲକ କଲା ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅଧ୍ୟାପକ ସୁକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଭାସ ପ୍ରଧାନ ମୁଖ୍ୟ ଅତିଥି, ଅଧ୍ୟାପକ ଅରୁଣ ବେହେରା, ଅଧ୍ୟାପିକା ପ୍ରିୟଙ୍କା ସାହୁ ଓ ଡେମୋନ୍ଷ୍ଟ୍ରେଟର ତୁଷାରକାନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସୁଜ୍ଞାନୀ ରାଉତ, ଦ୍ବିତୀୟ ଲିକି କିଷାନ ଓ ତୃତୀୟ ରଞ୍ଜିତା ନାୟକଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଦେବଗଡ଼ ମେରା ଯୁବା ଭାରତର ପ୍ରଦୀପ ବିଶ୍ବାଳ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କ୍ରୀଡ଼ା ଶିକ୍ଷକ ବରୁଣ ସାହୁ, ଅଭୟ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।




