ମୋଦୀଙ୍କ ଜନ୍ମଦିନରେ ରାଇକିଆ ବିଶ୍ୱେଶ୍ୱର ମନ୍ଦିରରେ ସାମୂହିକ ଦୀପଦାନ

ରାଇକିଆ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଇକିଆ ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ବିଶ୍ୱେଶ୍ୱର ମନ୍ଦିର ପରିସରରେ ସାମୂହିକ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ, ପଞ୍ଚାୟତ ସମିତି ପ୍ରତିନିଧି, ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସିଆରପି, ଏମ୍‌ବିକେ ଓ ସ୍ଥାନୀୟ ଗ୍ରାମବାସୀ ଯୋଗଦେଇଥିଲେ।
ବିଶ୍ୱେଶ୍ୱର ମନ୍ଦିର ପରିସରରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଦୀପର ଆଲୋକରେ ମନ୍ଦିର ପରିସର ଆଲୋକିତ ହୋଇଉଠିଥିଲା। ଏହି ଅବସରରେ ଦେଶର ଶାନ୍ତି, ସମୃଦ୍ଧି ଓ ଜନକଲ୍ୟାଣ ପାଇଁ ପ୍ରାର୍ଥନା କରାଯାଇଥିଲା। ସାମୂହିକ ଭାବେ ଦୀପଦାନ କରିବା ସହ ଉପସ୍ଥିତ ଲୋକେ ଜନ୍ମଦିନର ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶୁଭେଚ୍ଛା ଜଣାଇଥିଲେ।କାର୍ଯ୍ୟକ୍ରମରେ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଜିଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ (ଜି ପି ଡି ଓ )ମହେଶ ପଟ୍ଟନାୟକ, ଓଡିଶା ଜୀବିକା ମିଶନ ଅଧିକାରୀ ଜୟଦେବ ପ୍ରଧାନ, ଅଭିମନ୍ୟୁ ପଣ୍ଡା,ପ୍ରମୁଖ ଉପସ୍ଥିତ ଥିଲେ।ଏଥିସହ ରାଇକିଆ ବ୍ଲକର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସିଆରପି, ଏମ୍‌ବିକେ ଏବଂ ବହୁ ସଂଖ୍ୟାରେ ମହିଳା ଯୋଗଦେଇଥିଲେ।
ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ଜନପ୍ରତିନିଧି, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ମନ୍ଦିର ପରିସରରେ ଦୀପ ପ୍ରଜ୍ଜ୍ୱଳନ ସହ ଧାର୍ମିକ ପରିବେଶ ମଧ୍ୟରେ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ବ୍ୟକ୍ତିମାନେ ଦେଶର ଉନ୍ନତି ଓ ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ।କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତିର ଅଧିକାରୀ ଓ ସମ୍ପୃକ୍ତ ବିଭିନ୍ନ ସ୍ତରର ପ୍ରତିନିଧିମାନେ ସହଯୋଗ କରିଥିଲେ। ଶେଷରେ ସାମୂହିକ ଦୀପଦାନ ମାଧ୍ୟମରେ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ