
ରାଇକିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଇକିଆ ଭାଜପା ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସାମୂହିକ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୁରୁବାର ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ନେତୃବୃନ୍ଦ ଓ ଗ୍ରାମବାସୀ ଏକତ୍ରିତ ହୋଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ଅବସରରେ ମନ୍ଦିର ପରିସର ଦୀପାଲୋକରେ ଆଲୋକିତ ହୋଇଥିଲା। ଜଗନ୍ନାଥ ମନ୍ଦିର ପରିସରରେ ଦୀପ ପ୍ରଜ୍ଜ୍ୱଳନ ସହ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଦେଶର ଶାନ୍ତି, ସମୃଦ୍ଧି ଓ ଜନକଲ୍ୟାଣ କାମନା କରିଥିଲେ।କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦିକା ତଥା ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଜିଲ୍ଲା କୋଷାଧକ୍ଷ କୈଳାଶ ଚନ୍ଦ୍ର ପଣ୍ଡା,ମିଟୁ ବିଶ୍ୱାଳ, ମିହିର କୁମାର ମହାପାତ୍ର ଙ୍କ ସମେତ ରାଇକିଆ ମଣ୍ଡଳ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏଥିସହ ସ୍ଥାନୀୟ ମହିଳା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସାମୂହିକ ଦୀପଦାନ କରିଥିଲେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଡନଗରରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୨୪ ଜୁନ୍ ୯ରେ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ରାଇକିଆରେ ଆୟୋଜିତ ଏହି ସାମୂହିକ ଦୀପଦାନ କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ମନ୍ଦିର ପରିସରରେ ଏକାଠି ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ସମ୍ପନ୍ନ କରାଯାଇଥିଲା. ଏହି ଅବସରରେ “ସେବା ସଂକଳ୍ପ ଅଭିଯାନ” ଅନ୍ତର୍ଗତ “ଏକ ପେଡ୍ ମା କେ ନାମ –( ମା ପାଇଁ ଗଛଟିଏ) କାର୍ଯ୍ୟକ୍ରମରେ ଗଡିଶିଲା ଘାଟି ଠାରୁ ଲାବୁରି ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ଏଥିରେ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ରାଇକିଆ ବନାଞ୍ଚଳ ଅଧିକାରୀ, ରାଇକିଆ ଅତିରିକ୍ତ ତହସିଲଦାର ଓ ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ସାଧାରଣ ସମ୍ପାଦକ ସନକ ଦିଗlଳ, ଯୁବ ମୋର୍ଚ୍ଚା ସଭାପତି ଧରଣୀଧର କଂହର କତିଙ୍ଗିଆ ସରପଞ୍ଚ ଓ ସ୍କୁଲ ଛାତ୍ର ଯୋଗଦେଇଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








