ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି : ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି କଲେ ଜେଲ ଓ ଜରିମାନା

୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌

୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା

ସର୍ଭିସ ପ୍ରୋଭାଇଡ଼ରଙ୍କୁ ହେବ କୋଟିଏ ଜରିମାନା

ଏନେଇ ଆସିବ ନୂଆ ଆଇନ୍‌

 

ଭୁବନେଶ୍ୱର : ନିଯୁକ୍ତି ପରୀକ୍ଷାରେ କୌଣସି ପ୍ରକାର ଅନିୟମିତତାକୁ ସରକାର ବରଦାସ୍ତ କରିବେ ନାହିଁ । ଏଣିକି ନିଯୁକ୍ତି ପରୀକ୍ଷାରେ କୌଣସି ପ୍ରକାର ଅନୀତି, ଅନ୍ୟାୟ ଓ ଅନିୟମିତତା କଲେ ଜେଲ୍‌ ଦଣ୍ଡ ଭୋଗିବା ସହ ଜରିମାନା ଦେବାକୁ ପଡ଼ିବ । ରାଜ୍ୟ କ୍ୟାବିନେଟରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଭଳି ଅନୀତି କରୁଥିବା ବ୍ୟକ୍ତିଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ କରାଯିବ ।

 

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ସେବା ଚୟନ ବୋଡର଼୍, ଓଡ଼ିଶା ପୁଲିସ ଚୟନ ବୋଡର଼୍, ଓଡ଼ିଶା ଶିକ୍ଷା (ରାଜ୍ୟ ପାଇଁ ପ୍ରବରଣ ମଣ୍ଡଳୀ) ନିୟମାବଳୀ ୧୯୯୨ ଅନୁଯାୟୀ ଗଠିତ ରାଜ୍ୟ ପ୍ରବରଣ ମଣ୍ଡଳୀ, ଓଡ଼ିଶା ବୃତ୍ତିଗତ ଶିକ୍ଷା ପ୍ରତିଷ୍ଠାନ, ୨୦୦୭ ବିଧେୟକ ଦ୍ୱାରା ନିୟନ୍ତ୍ରିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଏବଂ ରାଜ୍ୟ ସରକାରଙ୍କ ବିଭାଗ ଏବଂ ସେମାନଙ୍କ ସଂପୃକ୍ତ ଓ ଅଧିନସ୍ଥ କାର୍ଯ୍ୟାଳୟ କର୍ମଚାରୀ ନିଯୁକ୍ତି ପାଇଁ ଗଠିତ ଚୟନ ଏଜେନ୍ସୀ/କମିଟି ଦ୍ୱାରା ନିଯୁକ୍ତି କ୍ଷେତ୍ରରେ ଏହା ଲାଗୁ ହେବ । ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ମିଥ୍ୟା ପରିଚୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ଲିକ୍‌, ପରୀକ୍ଷା ହଲ୍‌ ଭିତରକୁ ଅନଧିକୃତ ଲୋକଙ୍କୁ ନିଷେଧ କରିବା ତଥା ବ୍ୟାଘାତ ସୃଷ୍ଟି କରିବା ଇତ୍ୟାଦିକୁ ରୋକିବା ଏବଂ ସାର୍ବଜନୀନ ପରୀକ୍ଷାର ଅଖଣ୍ଡତାକୁ ବଜାୟ ରଖିବା ନିମନ୍ତେ ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅନୁଚିତ ସାଧନ ନିବାରଣ) ବିଧେୟକ, ୨୦୨୪ ପ୍ରଣୟନ କରାଯିବ ।

 

ଏହି ଅଧିନିୟମରେ ସମସ୍ତ ଅପରାଧ, ଜାମିନ ବିହୀନ ଏବଂ ରଫା ଅଯୋଗ୍ୟ ହେବ । କୌଣସି ବ୍ୟକ୍ତି ଅନୁଚିତ ଉପାୟ ଓ ଅପରାଧର ଆଶ୍ରୟ ନେଲେ ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ । ସେବା ପ୍ରଦାନକାରୀ ମଧ୍ୟ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଦଣ୍ଡିତ ହେବେ । ଏହାଛଡ଼ା ସେମାନଙ୍କ ଠାରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ । ଜରିମାନା ପଇଠ କରିବାରେ ବିଫଳ ହେଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁଯାୟୀ, ଅତିରିକ୍ତ କାରାବାସ ଦଣ୍ଡ ଲାଗୁ କରାଯିବ ।

Related Posts

ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

Continue reading
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ