ମୋହନ ସରକାରଙ୍କ ବିରୋଧରେ ମୁଁ ଆନ୍ଦୋଳନକୁ ଓହ୍ଲାଇବି, ଗୃହରେ ଏମିତି କାହିଁକି କହିଲେ କେ.ଭି ସିଂଦେଓ

ଭୁବନେଶ୍ୱର:ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ସରଗରମ ରହିଛି। ବୁଧବାର ଗନ୍ଧମାର୍ଦ୍ଦନ ପାହାଡ ଜମିକୁ ନେଇ ହୋହଲ୍ଲା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗକୁ ନେଇ ଭାଜପା ସରକାରଙ୍କୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି , ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା, ତାହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଫଳରେ ସରକାର ଅନୁପତି ପ୍ରତ୍ୟାହାର କରିନେଇଥିଲେ । ଏବେ କିନ୍ତୁ ସରକାର ଗନ୍ଧମାର୍ଦ୍ଦନକୁ କମ୍ପାନୀ ହାତକୁ ଟେକି ଦେବାକୁ ଯାଉଛନ୍ତି । ଏଥିସହ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇଛନ୍ତି କି ? ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି ସରକାର ସ୍ପଷ୍ଟ କରନ୍ତୁ ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି , ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ । ହେଲେ ଗନ୍ଧମାର୍ଦ୍ଦନ ପାହାଡର ଇଞ୍ଚେ ବି ଜମି ମୋହନ ସରକାର କାହାକୁ ଦେବେ ନାହିଁ । ଯଦି ମୋହନ ସରକାର ସେ କାମ କରନ୍ତି ତେବେ ମୁଁ ନିଜେ ଆନ୍ଦୋଳନରେ ସାମିଲ ହେବି ବୋଲି କେ.ଭି ସିଂଦେଓ କହିଛନ୍ତି ।

Related Posts

ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…

Continue reading
ନବଗଠିତ ମିଡିଆ ସେଲ ସଂଯୋଜକଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ନବଗଠିତ ମିଡିଆ ସେଲର ସଦସ୍ୟଙ୍କ ସହ ଆଲୋଚନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡିଆ ସେଲର ମୁଖ୍ୟ ସଂଯୋଜକ, ସଂଯୋଜକ ଓ ସଭ୍ୟମାନଙ୍କ ସହିତ ଦଳର ଗଣମାଧ୍ୟମ କୌଶଳ ସମ୍ପର୍କରେ ଆଲୋଚନା କରିଛନ୍ତି ସେ । ବୈଦ୍ୟୁତିକ,…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ