ମୋ ଜୀବନ ପ୍ରତି ବିପଦ ଅଛି: ଭିନେଶ ଫୋଗଟ୍‌

ଭୁବନେଶ୍ୱର:ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ଏଭଳି ବାର୍ତ୍ତା ଦେଇଛନ୍ତି ଅଲମ୍ପିକ୍‌ ତାରକା ଭିନେଶ ଫୋଗଟ୍‌ । ଏହା ସହିତ ଫୋଗଟ୍‌ ତାଙ୍କର ବା ତାଙ୍କ୍‌ ଟିମର କୌଣସି ସଦସ୍ୟଙ୍କର ଯଦି କୌଣସି କ୍ଷତି ହୁଏ ସେ ନେଇ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ମଧ୍ୟ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯେଉଁ ୬ ଜଣ ମହିଳା ଯୌନ ନିର୍ଯ୍ୟାତନା ଅଭିଯୋଗ କରିଥିଲେ ସେହି ୬ ଜଣଙ୍କ ଭିତରୁ ଭିନେଶ୍‌ ନିଜେ ଜଣେ ଅଭିଯୋଗକାରୀଣୀ ବୋଲି କହିଛନ୍ତି ଏବଂ ତାଙ୍କର ସୁରକ୍ଷା ନେଇ ସେ ସନ୍ଦିହାନ ବୋଲି ସ୍ପଷ୍ଟ କରିଛନ୍ତି ।
ଉତ୍ତରପ୍ରଦେଶର ଗୋଣ୍ଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଓପନ୍‌ ର‍୍ୟାଙ୍କିଙ୍କ ଟୁର୍ଣ୍ଣାମେଣ୍ଟ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଅଞ୍ଚଳଟି ବ୍ରିଜ ଭୂଷଣ ଶରଣ ସିଂହଙ୍କ ରାଜନୈତିକ ପତିଆରା ଥିବା ଅଞ୍ଚଳ ହୋଇଥିବାରୁ ଏଠାରେ ସେ ଅପର୍ଯ୍ୟାପ୍ତ ପ୍ରଭାବଶାଳୀ ଅଟନ୍ତି । ଏଭଳି କ୍ଷେତ୍ରରେ ସେ ରେଫରୀଙ୍କୁ ନିୟନ୍ତ୍ରଣ କରିବା, ଖେଳାଳୀ ମାନଙ୍କୁ ନିଜ ଇଚ୍ଛା ଅନୁସାରେ ହରାଇବା ବା ଜିତାଇ ପାରିବେ କୌଣସି ନିୟମ ବା ନୀତିର ଅନୁପାଳନ ହେବ କିମ୍ବା ପ୍ରକୃତ ଖେଳାଳୀ ସେଠାରେ ଜିତି ପାରିବ କି ନାହିଁ ସେନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ ବୋଲି ଭିନେଶ୍‌ ଅଭିଯୋଗ କରିଛନ୍ତି । ଏଥିସହିତ ସେ ଭାରତ ସରକାରଙ୍କ ଖେଳ ମନ୍ତ୍ରଣାଳୟ ମୁକ ଦର୍ଶକ ସାଜିଛନ୍ତି ବୋଲି ବି ଅଭିଯୋଗ କରିଛନ୍ତି ।

  • Related Posts

    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading
    ଯୌନ ଉତ୍ପୀଡ଼ନ ମାମଲା: ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

    ମୁମ୍ୱାଇ: ଚର୍ଚ୍ଚିତ ତରୁଣ ତେଜପାଲ ମାମଲାରେ ବମ୍ବେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ୨୦୨୧ ମସିହାରେ ନିମ୍ନ ଅଦାଲତ ତାଙ୍କୁ ଯେଉଁ ଦୋଷମୁକ୍ତ କରିଥିଲେ, ସେହି ରାୟକୁ ହାଇକୋର୍ଟ ପୂରାପୂରି ଓଲଟାଇ ଦେଇଛନ୍ତି ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ