ମୟୂରଭଞ୍ଜରୁ ଆବିଷ୍କାର ହେଲା ପ୍ରାୟ ୧.୫ କୋଟି ବର୍ଷ ପୂର୍ବ ଜୀବାଶ୍ମ

ରାଇରଙ୍ଗପୁର(ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲାରୁ ଆବିଷ୍କାର ହେଲା ପ୍ରାୟ ୧.୫ କୋଟି ବର୍ଷ ପୂର୍ବ ଜୀବାଶ୍ମ । ଏହି ଜୀବାଶ୍ମ ମାୟୋସିନ୍ ଯୁଗର ବୋଲି ଅନୁମାନ କରାଯାଉଛି । ମହୁଲିଆ ଗ୍ରାମ ନିକଟସ୍ଥ ‘ଅସୁର ହାଡ଼’ ନଦୀରୁ ଠାବ କରାଯାଇଛି ଏହି ଜୀବାଶ୍ମ ।

ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦରମହକୁମା ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ପ୍ରତାପପୁର ଯିବା ରାସ୍ତାରେ ପଡ଼େ ମହୁଲିଆ ଗ୍ରାମ । ଉକ୍ତ ଗ୍ରାମ ପାଖରେ ଏକ ନଦୀ ରହିଛି । ନଦୀରେ ବହୁତ ପରିମାଣରେ ହାଡ଼ ସଦୃଶ କିଛି ଜିନିଷ କାହିଁ କେଉଁ ଅମଳରୁ ପଡ଼ି ରହିଛି । ତେଣୁ ସେହି ସ୍ଥାନକୁ ‘ଅସୁର ହାଡ଼’ ବୋଲି କହିଥାନ୍ତି, ସ୍ଥାନୀୟ ଲୋକେ । ସେଗୁଡ଼ିକ ଜୀବାଶ୍ମ ବୋଲି ଜଣା ପଡ଼ିବା ପରେ ଏବେ ନାନା ପ୍ରକାର ଚର୍ଚ୍ଚା ହେବାରେ ଲାଗିଛି ।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପିଜି ରିମୋଟ୍ ସେନ୍ସିଂ ଏବଂ ଜିଆଇଏସ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବବ୍ରତ ନନ୍ଦୀ ଛାତ୍ରଛାତ୍ରୀଙ୍କୁ ନେଇ ଉକ୍ତ ସ୍ଥାନ ଯାଇଥିବା ବେଳେ ବହୁତ ପରିମାଣରେ ଜୀବାଶ୍ମ ପଡିଥିବାର ଦେଖିବାକୁ ପାଇଥିଲେ । ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ସେହି ସ୍ଥାନରେ ଜୀବାଶ୍ମ ଠାବ କରିଥିଲେ ସହକାରୀ ପ୍ରଫେସର ଡ. ନନ୍ଦୀ । ସାର୍କ ଦାନ୍ତ ଏବଂ ସାର୍କ କଟିବନ୍ଧ ଭଳି ମାଇକ୍ରୋଫସିଲ୍ ଏବଂ ଅନ୍ୟ କିଛି ଉପାଦାନ ରହିଥିବା ଜଣାପଡିଛି, ହେଲେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଗାଁ ଲୋକେ ଏହି ଜୀବାଶ୍ମକୁ ‘ଅସୁର ହାଡ଼’ ବୋଲି କହିଥାନ୍ତି ।

ଯାହା ଅନୁମାନ କରାଯାଉଛି ପୂର୍ବରୁ ଉକ୍ତ ଅଞ୍ଚଳ ସହିତ ଆଖପାଖ ଅଞ୍ଚଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ରହିଥିଲା । ସମୁଦ୍ର ଏବେ ବାରିପଦାରୁ ୬୦ କିଲୋମିଟର ଦୂର ହ୍ରାସ ପାଇଛି । ସେ ସମୟରେ ସାମୁଦ୍ରିକ ବଳୟ ଯୋଗୁଁ କୌଣସି ସାମୁଦ୍ରିକ ପ୍ରାଣୀଙ୍କ ଜୀବାଶ୍ମ ବୋଲି ଜଣାପଡ଼ିଛି । ସହକାରୀ ପ୍ରଫେସର ଡ. ନନ୍ଦୀ ଏହି ଜୀବାଶ୍ମ ଠାବ କରିବା ପରେ ଗବେଷଣା ଜାରି ରଖିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ଜୀବାଶ୍ମ ଗୁଡ଼ିକ ଚିହ୍ନଟ ହୋଇ ପାରିନାହିଁ । ଉକ୍ତ ଜୀବାଶ୍ମ ଗୁଡ଼ିକ ଉପରେ ଅଧିକ ଗବେଷଣା କରାଯାଇ ଚିହ୍ନଟ କରାଗଲେ ମୟୂରଭଞ୍ଜ ଜିଲ୍ଲା ଏକ ଭୂ-ଐତିହ୍ୟ ସ୍ଥାନର ମାନ୍ୟତା ପାଇ ପାରିବ ବୋଲି ଆଶା କରାଯାଉଛି । ଜୀବାଶ୍ମ ମିଳିବା ତଥ୍ୟ ପ୍ରଚାରିତ ହେବା ଘଟଣା ଏବେ ରାଜ୍ୟବାସୀଙ୍କୁ ଚକିତ କରିଛି ।

  • Related Posts

    SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

    ବୌଦ୍ଧ: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ…

    Continue reading
    ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୩୨ ମୂଲ୍ୟବାନ ପ୍ଲଟ, ୨ ଫାର୍ମ ହାଉସ ଠାବ

    ଜୟପୁର : କୋରାପୁଟ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅମାପ ସମ୍ପତ୍ତି। ମାଳ ମାଳ ପ୍ଲଟ୍, ବିଡା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା ଏବଂ ଗଣ୍ଡା ଗଣ୍ଡା ହାତୀ ମୂର୍ତ୍ତି। ଘରେ ରେଡ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ